ଆମାଜନରେ ଚାଲିଛି ସାମସଙ୍ଗ କାର୍ଣ୍ଣିଭାଲ, ସ୍ମାର୍ଟଫୋନ ଉପରେ ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆମାଜନ୍‌ ଡଟ୍‌ ଇନ୍‌ରେ ସାମସଙ୍ଗ କାର୍ନିଭାଲ୍‌ ବିଷୟରେ ଘୋଷଣା କରାଯାଇଛି। ଏହା ମାର୍ଚ ୨୧ ରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ନିଭାଲ୍‌ରେ ଗ୍ରାହକମାନେ ମୋବାଇଲ୍‌ ଉପକରଣ ଓ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ଓ ଏକ୍ସଚେଞ୍ଜ୍‌ ଅଫର୍‌ ହାସଲ କରିପାରିବେ।

ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଏ୮+କୁ ୪୦୦୦ ଟଙ୍କାର ରିହାତି ସହିତ ୨୮,୯୯୦ ଟଙ୍କାରେ କିଣିପାରିବେ। ଗାଲାକ୍ସି ଅନ୍‌୭ ପ୍ରାଇମ୍‌ ୩୨ ଜିବି ଭାରିଆଣ୍ଟ ୨୦୦୦ ଟଙ୍କାର ରିହାତି ସହିତ ୧୦,୯୯୦ ଟଙ୍କାରେ ଉପଲବ୍ଧ ହେବ। ଗାଲାକ୍ସି ଅନ୭ ପ୍ରାଇମ୍‌ ୬୪ ଜିବି ଭାରିଆଣ୍ଟ ମଧ୍ୟ ୨୦୦୦ ଟଙ୍କାର ରିହାତି ସହିତ ୧୨,୯୯୦ ଟଙ୍କାରେ ଉପଲବ୍ଧ ହେବ। ଗାଲାକ୍ସି ଅନ୭ ପ୍ରୋ ଓ ଅନ୍‌ ୫ ପ୍ରୋ ଯଥାକ୍ରମେ ୬୯୯୦ ଟଙ୍କା ଓ ୬୪୯୦ ଟଙ୍କାରେ ଉପଲବ୍ଧ ହେବ। ସାମସଙ୍ଗର ୪୯ ଇଞ୍ଚ ଫୁଲ ଏଚ୍‌ଡି ଏଲ୍‌ଇଡି ଟିିଭି ୪୭,୯୯୦ ଟଙ୍କାରେ ଉପଲବ୍ଧ ହେବ। କଂପାନିର ୨୫୩ ଲିଟର ସ୍ମାର୍ଟ କନ୍‌ଭର୍ଟିବଲ୍‌ ରେଫ୍ରିଜରେଟର ୨୩୯୯୦ ଟଙ୍କା ଓ ୩୨୪ ଏଲ୍‌ ସ୍ମାର୍ଟ କନଭର୍ଟିବଲ୍‌ ୫-ଇନ୍‌-୧ ରେଫ୍ରିଜରେଟର୍‌ ୩୭,୯୯୦ ଟଙ୍କାରେ ଉପଲବ୍ଧ ହେବ। ଏହି କାନିର୍ଭାଲ୍‌ରେ ଆମେ ଆକର୍ଷଣୀୟ ଅଫର ଓ ଆକର୍ଷିତ କରିବା ଭଳି ନୋ କଷ୍ଟ୍‌ ଇଏମ୍‌ଆଇ କେତେକ ନିର୍ଦିଷ୍ଟ ଉତ୍ପାଦ ଉପରେ ପ୍ରଦାନ କରିବୁ ଯଦ୍ୱାରା ଗ୍ରାହକମାନେ ନିଜର ପସନ୍ଦର ସାମସଙ୍ଗ ଉତ୍ପାଦକୁ କିଣିପାରିବେ ଓ ଉପଭୋଗ କରିପାରିବେ ବୋଲି ସାମସଙ୍ଗର ଉପସଭାପତି ସନ୍ଦୀପ ସିଂହ ଅରୋରା କହିଛନ୍ତି ।

ସମ୍ବନ୍ଧିତ ଖବର