ଆସନ୍ତା ସପ୍ତାହରେ ଭାରତୀୟ ବଜାରକୁ ଆସିବ ସାମସଙ୍ଗ ଗାଲାକ୍ସି ଏ-୭୦

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ସାମସଙ୍ଗ ଗ୍ୟାଲେକ୍ସି ଏ-୭୦ ଭାରତୀୟ ବଜାରରେ ଲଞ୍ଚ ହେବ । ଗତ ସପ୍ତାହରେ ବ୍ୟାଙ୍କକରେ ଏହାର ଗ୍ଲୋବାଲ ଲଞ୍ଚ ହୋଇଥିଲା । ନିକଟରେ ଭାରତରେ ଗ୍ୟାଲେକ୍ସି ଏ-୮୦ର ବଜାର ପ୍ରବେଶ ହୋଇଥିଲା । ଏହା ପୂର୍ବରୁ ଗ୍ୟାଲେକ୍ସି ଏ-୨୦ର ବଜାର ପ୍ରବେଶ କରାଯାଇଥିଲା । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଣ୍ଡସେଟ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବା ସହିତ ଦୈନଦିନ ଜୀବନଶୈଳୀରେ ଆବଶ୍ୟକ ହେଉଥିବା ବିଭିନ୍ନ ଉପାଦନକୁ ପୂରଣ କରିବାକୁ ସକ୍ଷମ ହେବ । ବଜାର ପ୍ରବେଶ ହେବାକୁଥିବା ଗ୍ୟାଲେକ୍ସି ଏ-୭୦ ସ୍ମାର୍ଟଫୋନରେ ୬.୭ ଇଞ୍ଚ ଏଚଡି ପ୍ଲସ୍ ସ୍କ୍ରିନ୍, ଇନଫିନିଟି-ୟୁ ଡିସପ୍ଲେ, ୨୦:୯ ଡିସ୍ପ୍ଲେ ରେସିଓ ଆଦି ବୈଶିଷ୍ଟ୍ୟ ରହିଛି ।

ସାମସଙ୍ଗ ଗ୍ୟାଲେକ୍ସି ଏ-୧୦, ଏ- ୩୦ ଏବଂ- ଏ-୫୦ ବିକ୍ରିରେ ନୂଆ ରେକର୍ଡ କରିବାକୁ ସକ୍ଷମ ହୋଇଛି । ଏହା ପେବୃୟାରୀ ୨୮ଠାରୁ ବଜାରରେ ଉପଲବ୍ଧ ହେଉଛି । ଗତ ୨ ମାସ ମଧ୍ୟରେ ଏହି ସିରିଜର ସ୍ମାର୍ଟଫୋନ୍ ଏକ ନିୟୁତରୁ ଅଧିକ ବିକ୍ରି ହୋଇଛି । ଏହି ଅବସରରେ ସାମସଙ୍ଗ୍ ଇଣ୍ଡିଆ ଚିଫ୍ ମାର୍କେର୍ଟିଙ୍ଗ୍ ଅଫିସର ତଥା ଏସଭିପି ରଞ୍ଜିଭୀତ୍ ସିଂ କହିଲେ, “ ୨୦୧୯ରେ ଆମେ ଗ୍ୟାଲେକ୍ସି ଏ ସିରିଜ ବିକ୍ରିରେ ୫୪ ବିଲିୟନ୍ ଟଙ୍କାର କାରବାର କରିଛୁ । ଏହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ମାତ୍ର ୪୦ ଦିନରେ ସମ୍ପନ୍ନ ହୋଇପାରିଛି । ଆମେ ଗ୍ୟାଲେକ୍ସି ଏ-୧୦ ,ଏ-୩୦ ଏବଂ ଏ-୫୦ର ୨ ନିୟୁତରୁ ଅଧିକ ଫୋନ୍ ବିକ୍ରି କରିଛୁ । ଆମେ ୫୦୦ ନିୟୁତ ଡଲାରର କାରବାର କରିବାକୁ ସକ୍ଷମ ହୋଇଛୁ ।

ସମ୍ବନ୍ଧିତ ଖବର