ଭାରତରେ ଲଞ୍ଚ ହେଲା ସାମସଙ୍ଗ୍‌ ଗାଲାକ୍ସି ଏ-୮ ଷ୍ଟାର୍‌, ଏଥିରେ ରହିଛି ବଡ଼ ଇନଫିନିଟି ଡିସ୍‌ପ୍ଲେ ଓ ଡୁଆଲ୍‌ ଇଣ୍ଟେଲିକ୍ୟାମ୍‌

ଭୁବନେଶ୍ୱର : ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ସାମସଙ୍ଗ୍‌ ପକ୍ଷରୁ ଗାଲାକ୍ସି ଏ-୮ ଷ୍ଟାର୍‌ କୁ ଉନ୍ମୋଚନ କରାଯାଇଛି। ଏଥିରେ ବଡ଼ ଇନଫିନିଟି ଡିସ୍‌ପ୍ଲେ ଓ ଡୁଆଲ୍‌ ଇଣ୍ଟେଲିକ୍ୟାମ୍‌ ରହିଛି। ଏହାର ସ୍ଲିମ୍‌ ଡିଜାଇନ୍‌ ଓ ଉନ୍ନତ ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ସ୍ମାର୍ଟଫୋନ୍‌ ଅନୁଭୂତି ପ୍ରଦାନ କରିବ।
ଗାଲାକ୍ସି ଏ-୮ ଷ୍ଟାର୍‌ରେ ୬.୩ ଇଞ୍ଚ ଫୁଲ୍‌ ଏଚ୍‌ଡି+ ସୁପର ଆମୋଏଲ୍‌ଇଡି ଇନଫିନିଟି ଡିସ୍‌ପ୍ଲେ ରହିଛି। ଏହାର ଆସ୍‌ପେକ୍ଟ ରେସିଓ ହେଉଛି ୧୮:୫:୯ । ଏହାର ପଛ ପାଖରେ ୧୬ ଏମ୍‌ପି + ୨୪ ଏମ୍‌ପି ଡୁଆଲ୍‌ କ୍ୟାମେରା ରହିଛି। ଉଭୟ କ୍ୟାମେରା କମ୍‌ ଆଲୋକରେ ଉତ୍କୃଷ୍ଟ ଫଟୋ ଉଠାଇବାକୁ ସକ୍ଷମ। ଏହା ବ୍ୟତୀତ ଏହାର ସାମ୍ନାରେ ୨୪ ଏମ୍‌ପି କ୍ୟାମେରା ରହିଛି। ଗାଲାକ୍ସି ଏ-୮ ଷ୍ଟାର୍‌ରେ ବଡ଼-ଆପେର୍ଚର୍‌ ଲେନ୍‌ସ ରହିଛି । ଆଲୋକର ମାତ୍ରା ଉପଯୁକ୍ତ ଲେନ୍ସ କାମ କରିବ। ଏଥିରେ ଲାଇଭ୍‌ ଫୋକସ୍‌ ବୈଶିଷ୍ଟ୍ୟ ରହିଛି। ସେଲ୍‌ଫି ପ୍ରେମୀଙ୍କ ପାଇଁ ଏଥିରେ ସ୍ମାର୍ଟ ବିଉଟି ମୋଡ୍‌ ଓ ପ୍ରୋ ଲାଇଟିଂ ମୋଡ୍‌ ରହିଛି । ଏଥିରେ ଅଲୱେଜ୍‌ ଅନ୍‌. ଡୁଆଲ୍‌ ମେସେଜଂର୍‌, ସିକ୍ୟୁର୍‌ ଫୋଲ୍‌ଡର୍‌, ୩୭୦୦ ଏମ୍‌ଏଏଚ୍‌ ବ୍ୟାଟେରି,୬ ଜିବି ରାମ୍‌, ୬୪ ଜିବି ରମ୍‌ ଆଦି ସୁବିଧା ରହିଛି। ସାଧାରଣ ଷ୍ଟୋର୍‌ରେ ଏହି ଫୋନ୍‌ ସେପ୍ଟେମ୍ବର ୫ରୁ ଉପଲବ୍ଧ ହେବ। ଏହା ମିଡନାଇଟ୍‌ ବ୍ଲାକ୍‌ ଓ ଇଭୋରି ହ୍ଵାଇଟ୍‌ ଭଳି ଦୁଇଟି ରଙ୍ଗରେ ମିଳିବ। ଏହାର ମୂଲ୍ୟ ହେଉଛି ୩୪,୯୯୦ ଟଙ୍କା।

ସମ୍ବନ୍ଧିତ ଖବର