ସାମସଙ୍ଗର ଏହି ସ୍ମାର୍ଟଫୋନର ପଛରେ ରହିଛି ୪ଟି କ୍ୟାମେରା, ନଭେମ୍ବରରେ ବଜାରକୁ ଆସିବ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ୩ଟି କ୍ୟାମେରାଥିବା ମୋବାଇଲ ବାହାର କରିବା ପରେ ସାମସଙ୍ଗ ଏବେ ରିଅର କ୍ୟାମେରାରେ ୪ଟି ଲେନ୍ସ ଥିବା ସ୍ମାର୍ଟଫୋନ ବଜାରକୁ ଛାଡିଛି । ଏହି ସ୍ମାର୍ଟଫୋନର ନାମ ଗାଲାକ୍ସି ଏ-୯, ଏହାକୁ ବିଶ୍ୱର ପ୍ରଥମ କ୍ୱାଡ-ଲେନ୍ସ ରିଅର କ୍ୟାମେରା ସିଷ୍ଟମ ଥିବା ସ୍ମାର୍ଟଫୋନ କୁହାଯାଉଛି ।

 

୪ଟି ଲେନ୍ସ ଥିବାରୁ ଏହି ରିଅର କ୍ୟାମେରାର ମୋଟ କ୍ଷମତା ୪୭ ମେଗାପିକ୍ସେଲ ରହିଛି । ପ୍ରଥମ ଲେନ୍ସଟି ୨୪ ମେଗାପିକ୍ସେଲ (ଏମପି) ବିଶିଷ୍ଟ ହୋଇଥିବାବେଳେ ଅନ୍ୟଗୁଡ଼ିକ ଯଥାକ୍ରମେ ୧୦ ଏମପି,୮ ଏମପି ଓ ୫ ଏମପି ବିଶିଷ୍ଟ ରହିଛି । ୪ଟି ଲେନ୍ସ ଲାଗିଥିବା ଯୋଗୁଁ ଏଥିରେ ୧୨୦ ଡିଗ୍ରୀ ଓ୍ଵାଇଡ ଆଙ୍ଗଲ ଫଟୋ ଉଠାଇବା ସମ୍ଭବ ହେବ । ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ ଓରିଓ ୮.୦ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଏହି ସ୍ମାର୍ଟଫୋନଟି ଆସନ୍ତା ନଭେମ୍ବର ମାସରେ ବଜାରକୁ ଆସିବ ଓ ଏହା ୩ଟି ରଂଗ ବ୍ଲାକ, ବ୍ଲୁ ଓ ପିଙ୍କରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର