ଆଜି ବଜାରକୁ ଆସିଛି ସାସମଙ୍ଗ୍‌ ଗାଲାକ୍ସି ଏସ୍‌୯+ ସନରାଇଜ୍‌ ଗୋଲ୍ଡ ଏଡିସନ୍‌

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ଗାଲାକ୍ସି ଏସ୍‌୯+ ସ୍ମାର୍ଟଫୋନ୍‌କୁ ନୂଆ ସନ୍‌ରାଇଜ୍‌ ଗୋଲ୍ଡ ଏଡିସନ୍‌ରେ ଉନ୍ମୋଚନ କରାଯାଇଛି। ୧୨୮ ଜିବି ମୋମରି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ ହେଉଛି ସାମସଙ୍ଗ୍‌ର ପ୍ରଥମ ଫୋନ୍‌ ଯାହାକୁ ସାଟିନ୍‌ ଗ୍ଲସ୍‌ ଫିନିସ୍‌ ପ୍ରଦାନ କରାଯାଇଛି। ଏହା ସର୍ବାଧୁନିକ ଓ ଜୀବନ୍ତ ଦେଖାଯାଉଛି ଯାହା ନୂଆ ପିଢ଼ିଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ଭାବେ ଉପସ୍ଥାପନ କରିବ। ମୋବାଇଲ୍‌ ଓ ଟିଭି ଭିତରେ ସଂପର୍କ ସ୍ଥାପନ କରିବା ପାଇଁ ଏଥିରେ ଟିଭି କଣ୍ଟ୍ରୋଲ ୱିଜେଟ୍‌ ରହିଛି। ଏଥିରେ ଥିବା ସ୍ମାର୍ଟ ଥିଙ୍ଗସ୍‌ ଆପ୍‌କୁ ଚାଲୁ କରିବା ମାତ୍ରେ ଯଦି ଫୋନ୍‌ଟି ଟିଭି ପାଖାପାଖି ରହିିଛି ତେବେ ଏହା ଦୁଇ ପାଖିଆ ସ୍କ୍ରିନ୍‌ ମିରରିଂ ଓ ସାଉଣ୍ଡ୍‌ ମିରରିଂ ସୃଷ୍ଟି କରିବ। ଟିଭି ଟୁ ଡିଭାଇସ୍‌ ବିକଳ୍ପ ଚୟନ କରି ବ୍ୟବହାରକାରୀମାନେ ଘର ଭିତରେ ବିଚରଣ କରୁଥିବା ବେଳେ ନିଜ ଫୋନ୍‌ରେ ଟିଭି ପରଦାର ଚିତ୍ର ଦେଖିପାରିବେ। ସେହିପରି ମୋବାଇଲ୍‌ ଗେମ୍‌କୁ ମଧ୍ୟ ସେମାନେ ଡିଭାଇସ୍‌ ଟୁ ଟିଭି ବିକଳ୍ପ ଚୟନ କରି ଟିଭିର ବଡ଼ ସ୍କ୍ରିନ୍‌ରେ ଖେଳିପାରିବେ। ସାଉଣ୍ଡ୍‌କୁ ମଧ୍ୟ ସମାନ ଭାବେ ମୋବାଇଲ୍‌ ଓ ଟିଭି ଭିତରେ ଅଦଳବଦଳ କରିହେବ। ସାମସଙ୍ଗ ଗାଲାକ୍ସି ଏସ୯+ ସନରାଇଜ୍‌ ଗୋଲ୍ଡ ଏଡିସନ୍‌ର ମୂଲ୍ୟ ୬୮,୯୦୦ ଟଙ୍କା ରହିିଛି। ଏହା ଉପରେ ୱାନ୍‌-ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟ ଅଫର ରହିଛି ଓ ପେଟିଏମ୍‌ ମଲ୍‌ କିମ୍ବା ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କଲେ ୯୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିପାରିବ। ଆଜିଠାରୁ ଏହା ଦେଶବ୍ୟାପୀ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର