ଭାରତୀୟ ବଜାରରେ ଲଞ୍ଚ୍‌ ହେଲା ସାମସଙ୍ଗ ଗାଲାକ୍ସି ନୋଟ୯

ଭୁବନେଶ୍ବର : ସାମସଙ୍ଗ୍‌ ଇଣ୍ତିଆ ପକ୍ଷରୁ ଭାରତରେ ସାମସଙ୍ଗ ଗାଲାକ୍ସି ନୋଟ୍‌ ୯କୁ ଉନ୍ମୋଚନ କରାଯାଇଛି । ସାମସଙ୍ଗ ଇଲେକ୍‌ଟ୍ରୋନିକ୍ସର ସଭାପତି ଓ ସିଇଓ (ଆଇଟି ଓ ମୋବାଇଲ୍‌ ଯୋଗାଯୋଗ ଡିଭିଜନ୍‌) ଡି ଜେ କୋହ ନୂଆ ଗାଲାକ୍ସି ନୋଟ୍‌୯କୁ ଉନ୍ମୋଚନ କରିଛନ୍ତି । ସାମସଙ୍ଗ୍‌ ପକ୍ଷରୁ ଗାଲାକ୍ସି ନୋଟ୍‌ରେ ଏହାର ସଦ୍ୟତମ ନୂତନତ୍ବକୁ ବ୍ୟବହାର କରାଯାଇଥାଏ। ସେହି ପରମ୍ପରାରେ ଗଠିତ ଗାଲାକ୍ସି ନୋଟ୍‌ ୯ ହେଉଛି ଏକ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ଯାହା ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ କରୁଛି । ଏଥିରେ ରହିଛି ରିମୋଟ୍‌ କଣ୍ଟ୍ରୋଲ ଥିବା ନୂଆ ଏସ୍‌ ପେନ୍‌ ଯାହା ସହଜରେ ଫୋନ୍‌କୁ ପରିଚାଳନା କରୁଛି ଓ ସେଲ୍‌ଫି ଉଠାଇ ପାରିବ। ଏଥିରେ ସାମସଙ୍ଗ୍‌ର ସବୁଠୁ ବୁଦ୍ଧିମାନ୍‌ କ୍ୟାମେରା ଓ ସାମସଙ୍ଗ ଡେକ୍ସ ଓ ଏଚ୍‌ଡିଏମ୍‌ଆଇ କେବୁଲ ସହିତ ପିସି ଭଳି ଅନୁଭୂତି ମିଳିବ। ଅଗଷ୍ଟ ୨୪ ତାରିଖଠାରୁ ଏହା ଭାରତରେ ଉପଲବ୍ଧ ହେବ। ୧୨୮ ଜିବି ମଡେଲ୍‌ର ମୂଲ୍ୟ ୬୭,୯୦୦ ଟଙ୍କା ରହିଥିବା ବେଳେ ୫୧୨ ଜିବି ମଡେଲ୍‌ର ମୂଲ୍ୟ ୮୪,୯୦୦ ଟଙ୍କା ରହିଛି। ଏହା ମିଡ୍‌ନାଇଟ୍‌ ବ୍ଲାକ୍‌ ଓ ମେଟାଲିକ୍‌ କର୍ପ ରଙ୍ଗରେ ଉପଲବ୍ଧ ହେଉଛି। ଏହା ସହିତ ମ୍ୟାଚି˚ ଏସ୍‌ ପେନ୍‌ ଆସୁଛି। ଓସନ୍‌ ବ୍ଲୁ ରଙ୍ଗ ସହିତ ହଳଦିଆ ରଙ୍ଗର ଏସ୍‌ ପେନ୍‌ ମିଳିବ। ଏୟାରଟେଲ୍‌, ଭୋଡାଫୋନ୍‌ ଓ ଜିଓ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଅଫରରେ ଗାଲାକ୍ସି ନୋଟ୍‌ ୯ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର