ଭାରତୀୟ ବଜାରରେ ଡୁଆଲ୍‌ କ୍ୟାମେରା ଥିବା ସାମସଙ୍ଗ୍‌ ଜେ୭ ଡୁଓ 

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଜେ ସିରିଜ୍‌ ଫୋନ୍‌ରେ ଡୁଆଲ୍‌ କ୍ୟାମେରା ପ୍ରଦାନ କରାଯାଇଛି। ଏଭଳି ସୁବିଧା ଥିବା ନୂଆ ଜେ୭ ଡୁଓ ଫୋନ୍‌କୁ କଂପାନି ପକ୍ଷରୁ ଉନ୍ମୋଚନ କରାଯାଇଛି। ଗାଲାକ୍ସି ଜେ ସିରିଜ୍‌ ହେଉଛି ଭାରତର ସବୁଠୁ ଲୋକପ୍ରିୟ ସ୍ମାର୍ଟଫୋନ୍‌ ସିରିଜ୍‌।

ସାମସଙ୍ଗ ଗାଲାକ୍ସି ଜେ୭ ଡୁଓ ର ପଛ ରେ ୧୩ ଏମ୍‌ପି ଓ ୫ ଏମ୍‌ପି କ୍ୟାମେରା ରହିଥିବା ବେଳେ ସାମ୍ନାରେ ୮ ଏମ୍‌ପି କ୍ୟାମେରା ରହିଛି। ଉଭୟ କ୍ୟାମେରାରେ ଏଫ୍‌/୧.୯ ଆପେର୍ଚର୍‌ ଓ ଏଲ୍‌ଇଡି ଫ୍ଲାସ୍‌ ସୁବିଧା ରହିଛି। କମ୍‌ ଆଲୋକରେ ଏହା ଜରିଆରେ ଭଲ ଫଟୋ ଉଠାଇ ହେବ। ଏହାର କ୍ୟାମେରାରେ ଲାଇଭ୍‌ ଫୋକସ୍‌ ଓ ବ୍ୟାକ୍‌ଗ୍ରାଉଣ୍ଡ୍‌ ବ୍ଲର୍‌ ଭଳି ସୁବିଧା ରହିଛି । ଏହାର ୮ ଏମ୍‌ପି ସାମ୍ନା କ୍ୟାମେରାରେ ବହୁତ ଭଲ ସେଲ୍‌ଫି ଉଠାଇ ହେବ। ଏଥିରେ ସେଲଫି ଫୋକସ୍‌ ମୋଡ୍‌, ବିଉଟି ଏନ୍ହାନ୍‌ସ ମୋଡ୍‌ ଓ ଫେସ୍‌ ଅନଲକ୍‌ ଭଳି ବୈଶିଷ୍ଟ୍ୟ ରହିଛି ।

‘ ଗାଲାକ୍ସି ଜେରେ ଡୁଆଲ୍‌ କ୍ୟାମେରା ବ୍ୟବସ୍ଥା କରିବାର ଅର୍ଥ ହେଉଛି ଆମେ ଆମ ଗ୍ରାହକଙ୍କୁ ଶୁଣୁଛୁ ଓ ସେମାନଙ୍କ ଜୀବନକୁ ଉନ୍ନତ କରିବାରେ ସହାୟକ ଅର୍ଥପୂର୍ଣ୍ଣ ନୂତନତ୍ୱ ଆଣୁଛୁ । ସୁପରିୟର ବୈଶିଷ୍ଟ୍ୟ ସହିତ ଗାଲାକ୍ସି ଜେ୭ ଡୁଓ ରେ ରହିଥିବା ଅଭିନବ କ୍ୟାମେରା ବୈଶିଷ୍ଟ୍ୟ ଆମର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିବ।’’ ବୋଲି ମୋହନଦୀପ ସିଂହ, ବରିଷ୍ଠ ଉପସଭାପତି, ମୋବାଇଲ୍‌ ବ୍ୟବସାୟ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।

ଗାଲାକ୍ସି ଜେ୭ ଡୁଓ ରେ ଏକ୍ସିନସ୍‌ ୭ ସିରିଜ୍‌ ପ୍ରୋସେସର୍‌, ୭ ଜିବି ରାମ୍‌, ୩୨ ଜିବି ରମ୍‌, ୫.୫ ଇଞ୍ଚ ଏଚଡି ସୁପର ଆମୋଏଲଇଡି ଡିସ୍‌ପ୍ଲେ ଓ ୩୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ଏଥିରେ ସଦ୍ୟତମ ଆଣ୍ଡ୍ରଏଡ୍‌ ଓରିଓ ରହିଛି। ବ୍ଲାକ୍‌ ଓ ଗୋଲ୍‌ଡ ରଙ୍ଗରେ ଏହା ୧୬,୯୯୦ ଟଙ୍କାରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର