ଭାରତୀୟ ବଜାରରେ ସୋମବାରଠାରୁ ମିଳିବ ସାମସଙ୍ଗ ଗାଲାକ୍ସି ଏ୨୦

ସାମସଙ୍ଗ ଇଣ୍ଡିଆ ଗାଲାକ୍ସି ଏ୨୦ର ବଜାର ପ୍ରବେଶ ଘୋଷଣା କରିଛି । ଯାହା ଏ ବର୍ଷର ଗାଲାକ୍ସି ଏ ସିରିଜର ଚତୁର୍ଥ ସ୍ମାର୍ଟ ଫୋନ । ଗାଲାକ୍ସି ଏ୨୦ର ମୂଲ୍ୟ ୧୨,୪୯୦/- ଟଙ୍କା ରହିଛି ତଥା ଏହା ତିନୋଟି ଆକର୍ଷଣୀୟ ରଙ୍ଗ ଯଥା- ଲାଲ, ନୀଳ ତଥା କଳା ରଙ୍ଗରେ ଉପଲବ୍ଧ ହେଉଛି । ଏହା ଆସନ୍ତା କାଲି ଅର୍ଥାତ ଏପ୍ରିଲ ୮ରୁ ସାମସଙ୍ଗ ଇ-ଷ୍ଟୋର, ସାମସଙ୍ଗ ଅପେରା ହାଉସ ପ୍ରମୁଖ ଇ-କମର୍ସ ପୋର୍ଟାଲ ତଥା ଖୁଚୁରା ଷ୍ଟୋରମାନଙ୍କରେ ଉପଲବ୍ଧ ହେବ । ଗାଲାକ୍ସି ଏ୨୦ ବିଚକ୍ଷଣ ଦୁଇ ପଛପାର୍ଶ୍ବ କ୍ୟାମେରା ସହିତ ଏକ ଅତ୍ୟାଧୁନିକ ଚଉଡ଼ା ଲେନ୍ସ, ଆସନ୍ତା ପିଢ଼ିଙ୍କ ପାଇଁ ଉଦ୍ଧିଷ୍ଟ “ଇନଫିନିଟି ଡ଼ିସପ୍ଲେ, ଏକ ଶକ୍ତିଶାଳୀ ୪୦୦୦ ଏମଏଏଚ ବ୍ୟାଟେରୀ ସହିତ ଅତି ଶୀଘ୍ର ଚାର୍ଜ ହେବାର କ୍ଷମତା ସହ ଆସୁଛି । ଗାଲାକ୍ସି ଏ୨୦ ଅତି ଉନ୍ନତମାନର କ୍ୟାମେରା ସହିତ ମଧ୍ୟ ଆସିଛି । ଏଥିରେ ଥିବା ପଛ ଭାଗର ଦୁଇ ଯୋଡ଼ି କ୍ୟାମେରା ବ୍ୟବହାରକାରୀମାନଙ୍କୁ ଏଥିରେ ଲାଗିଥିବା ଅତ୍ୟାଧୁନିକ ଚଉଡ଼ା ଭିଡ଼ିଓ ଏବଂ ଫଟୋ ଦ୍ୱାରା ଚିତ୍ତାକର୍ଷକ ସୁଟିଙ୍ଗରେ ସହାୟ ହୋଇପାରିଛି । ଏଥିସହିତ ୧୩ଏମ୍ପି ପ୍ରାଇମେରି ଲେନ୍ସ, କମ୍ ଆଲୋକରେ ସୁନ୍ଦର ଫଟୋ ଉତ୍ତୋଳନ ପାଇଁ ଅନୁମତି ଦେଇଛି ।

ଗାଲାକ୍ସି ଏ୨୦ ଏକ ୪୦୦୦ ଏମ୍ଏଏଚ ବ୍ୟାଟେରୀ ସହିତ ଥାଏ ଯାହାକି ଗ୍ରାହକମାନଙ୍କ ଫୋନର ଦିନସାରା ଶକ୍ତି ବୃଦ୍ଧି କରିଥାଏ । ଗାଲାକ୍ସି ଏ୨୦ ଏକ୍ସିନମ୍ ୭୮୮୪ ଅକ୍ଟା-କୋର ପ୍ରୋସେସର ଦ୍ୱାରା ଅଧିକ କ୍ଷମତାଶାଳୀ ହେବା ସହିତ ୩ ଜି.ବି. ରାମ ଏବଂ ୩୨ ଜିବି ଆଭ୍ୟନ୍ତରିଣ ମେମୋରି ସହିତ ଆସିଥାଏ ।

ସମ୍ବନ୍ଧିତ ଖବର