ନୂଆଦିଲ୍ଲୀ : ଭାରତର ସର୍ବାଧିକ ବିଶ୍ୱସନୀୟ ବ୍ରାଣ୍ଡ ସାମସଙ୍ଗ ଆକର୍ଷଣୀୟ ଶୈଳୀର ଗାଲାକ୍ସି ଏ୭ ବଜାର ପ୍ରବେଶ କରାଇଛି । ବେଶ ଆକର୍ଷଣୀୟ ରଙ୍ଗର ଏହି ମୋବାଇଲରେ ଶକ୍ତିଶାଳୀ କ୍ୟାମେରା ରହିଛି । ଭାରତୀୟ ଗ୍ରାହକଙ୍କ ମଧ୍ୟରୁ ବସ୍ତୁତଃ ଅଧା ଗ୍ରାହକ ନିଜ ସ୍ମାର୍ଟଫୋନ କ୍ୟାମେରା ଦୈନିକ ବ୍ୟବହାର କରିଥାନ୍ତି । ସମ୍ମୁଖ କ୍ୟାମେରା ତୁଳନାରେ ପଶ୍ଚାତ୍ କ୍ୟାମରା ଦ୍ୱିଗୁଣ ଥର ଅଧିକ ବ୍ୟବହାର କରିଥାନ୍ତି । ଗ୍ରାହକଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କ୍ୟାମେରାର ପଶ୍ଚାତ ପାର୍ଶ୍ୱରେ ୩ଟି କ୍ୟାମେରା ରଖାଯାଇଛି । ଏଥିରେ ଅତିରିକ୍ତ ୮ ଏମପି ୧୨୦ ଡିଗ୍ରି ଅଲଟ୍ରା ୱାଇଡ଼ ଲେନ୍ସ ରଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଫଳରେ ଅଧିକ ଅଞ୍ଚଳର ଫଟୋ କ୍ୟାମେରାରେ ଧରାଯାଇପାରିବ । ଏଥିରେ ପିକ୍ସେଲ ବିନିଂ ନାମକ ନୂତନ ପ୍ରଯୁକ୍ତି ଉପଯୋଗ କରାଯାଇଛି । ଏହାଫଳରେ କମ୍ ଆଲୋକରେ ଫଟୋ ଉଠାଯାଇପାରିବ । ଏହି ପରିପ୍ରେକ୍ଷୀରେ ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟ ନିର୍ଦ୍ଦେଶକ ସୁମିତ୍ ୱାଲିଆ କହିଛନ୍ତି ଯେ, ନୂତନ ଗାଲାକ୍ସି ଏ୭ରେ ଅଭିନବ ବ୍ୟବସ୍ଥାମାନ ରହିଛି । ଏଥିରେ ସୁପର ଆମୋଲେଡ଼ ଇନଫିନିଟି ମଧ୍ୟ ରହିଛି । ଏଥିରେ ୩୩୦୦ ଏମ୍ଏଏଚ ବ୍ୟାଟେରୀ ରହିଛି । ଦୁଇ କିସମ 6ଜିବି ରାମ ଓ ୧୨୮ ଜିବି ରମ ଓ ୪ଜିବି ରାମ ଓ ୬୪ ଜିବି ରମରେ ଏହା ଉପଲବ୍ଧ । ଏହାର ମୂଲ୍ୟ ଯଥାକ୍ରମେ ୨୮,୯୯୦ ଓ ୨୩,୯୯୦ ଟଙ୍କା ରଖାଯାଇଛି । ନୀଳ, କଳା ଓ ସୁନେଲୀ ରଙ୍ଗରେ ଏହା ଉପଲବ୍ଧ । ଯଦି ଏଚଡ଼ିଏଫସି ବ୍ୟାଙ୍କ ଡ଼େବିଟ ବା କ୍ରେଡ଼ିଟ କାର୍ଡ଼ରେ କେହି ଏହା କ୍ରୟ କରେ ତାହାଲେ ଗ୍ରାହକ ୨୦୦୦ ଟଙ୍କା ଫେରସ୍ତ ପାଇବେ ।