ବଜାରରେ ସାମସଙ୍ଗ ଗାଲାକ୍ସି ଜେ-୨୦୧୮, ଏଥିରେ ରହିଛି ସାମସଙ୍ଗ ମଲର ସୁବିଧା

ନୂଆଦିଲ୍ଲୀ: କଂଜୁମର ଇଲେକ୍‌ଟ୍ରୋନିକ୍ସ ଓ ମୋବାଇଲ୍‌ ଫୋନ୍‌ ବ୍ରାଣ୍ଡ୍‌ ସାମସଙ୍ଗ ପକ୍ଷରୁ ଜେ ସିରିଜ୍‌ର ନୂଆ ଫୋନ   ଗାଲାକ୍ସି ଜେ୨ ୨୦୧୮କୁ ଉନ୍ମୋଚନ କରାଯାଇଛି । ଏଥିରେ ସାମସଙ୍ଗ ମଲ୍‌ର ସୁବିଧା ରହିଛି । ଏଥିରେ ଗ୍ରାହକମାନେ ଯେକୌଣସି ଉତ୍ପାଦର ଫଟୋ ଉଠାଇ ସାମସଙ୍ଗ ମଲ୍‌ରେ ସପିଂ କରିପାରିବେ। ଗାଲାକ୍ସି ଜେ୨ ୨୦୧୮ରେ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌, ୨ ଜିବି ରାମ୍‌, ୧୬ ଜିବି ଇଣ୍ଟରନାଲ୍‌ ମେମୋରି ରହିଛି। ଏଥିରେ ଥିବା ଡିଭାଇସ୍‌ ମେଣ୍ଟେନାନ୍ସ ବୈଶିଷ୍ଟ୍ୟ ଦ୍ୱାରା ଉପକରଣର ପ୍ରଦର୍ଶନ ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ। ଏଥିରେ ସାମସଙ୍ଗର ଅଭିନବ ମେମୋରି ସେଭିଂ ବୈଶିଷ୍ଟ୍ୟ ମଧ୍ୟ ରହିଛି ।

ଗାଲାକ୍ସି ଜେ୨ ୨୦୧୮ରେ ୫.୦ର ଅମୋଏଲଇଡି ଡିସ୍‌ପ୍ଲେ ଓ ୨୬୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ଏହାର ପଛ ପାର୍ଶ୍ୱରେ ୮ ମେଗାପିକ୍ସେଲ୍‌ କ୍ୟାମେରା ଓ ୫ ମେଗା ପିକ୍ସେଲ୍‌ କ୍ୟାମେରା ସହ ଏଲଇଡି ଫ୍ଲାସ୍‌ ରହିଛି। ଏହି କ୍ୟାମେରା ଜରିଆରେ ଯେକୌଣସି ଆଲୋକ ସ୍ଥିତିରେ ଫଟୋ ଉଠାଇ ହେବ।  ଗାଲାକ୍ସି ଜେ୨ ୨୦୧୮ ଏବେ ଗୋଲ୍‌ଡ, ବ୍ଲାକ୍‌ ଓ ପିଙ୍କ୍‌ ରଙ୍ଗରେ ୮,୧୯୦ ଟଙ୍କାରେ ଉପଲବ୍ଧ ହେଉଛି। ଏପ୍ରିଲ୍‌ ୨୭ ତାରିଖରୁ ଏହା ଉପଲବ୍ଧ ହେବ। ଜିଓ ଗ୍ରାହକମାନଙ୍କ ପାଇଁ ଏହି ଫୋନ୍‌ ଉପରେ ସ୍ୱତନ୍ତ୍ର ଅଫର ରହିଛି।  ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏଥିରେ ସାମସଙ୍ଗର ‘ମୁଭ୍‌ ଟୁ ମେମୋରି କାର୍ଡ’ ବୈଶିଷ୍ଟ୍ୟ ରହିଛି ଯାହା ଏକ ଅତ୍ୟାଧୁନିକ ମେମୋରି ପରିଚାଳନା ସମାଧାନ ଯାହା ସ୍ମାର୍ଟଫୋନ୍‌ ଅନୁଭୂତିରେ ଉନ୍ନତି ଆଣିବ ବୋଲି ସୁମିତ ୱାଲିଆ, ନିର୍ଦେଶକ, ମୋବାଇଲ୍‌ ବ୍ୟବସାୟ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।

 

 

 

ସମ୍ବନ୍ଧିତ ଖବର