ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ ଗାଲାକ୍ସି ଜେ ୬+ ଓ ଜେ୪+

ଭୁବନେଶ୍ୱର: ସାମସଙ୍ଗ୍‌ ପକ୍ଷରୁ ଭାରତରେ ଗାଲାକ୍ସି ସିରିଜ୍‌ର ଦୁଇଟି ନୂଆ ଫୋନ୍‌ ଗାଲାକ୍ସି ଜେ୬+ ଓ ଗାଲାକ୍ସି ଜେ୬+କୁ ଉନ୍ମୋଚନ କରାଯାଇଛି। ଉଭୟ ଫୋନ୍‌ରେ ଗ୍ଲାସ୍‌ ଫିନିସ୍‌ ଡିଜାଇନ୍‌, ସାଇଡ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଓ ଇମୋଟିଫାଏ ଭଳି ବୈଶିଷ୍ଟ୍ୟ ରହିଛି।
ଗାଲାକ୍ସି ଜେ୬+ ରେଡ୍‌, ବ୍ଲାକ୍‌ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଗାଲାକ୍ସି ଜେ୪+ ଗୋଲ୍ଡ୍‌, ବ୍ଲାକ୍‌ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଭଳି ଏହା ବେଶ ଆକର୍ଷଣୀୟ ହୋଇଛି। ଏଥିରେ ସାମସଙ୍ଗ୍‌ର ଟ୍ରୁ ଏଚ୍‌ଡି+ ଇନଫିନିଟି ଡିଜାଇନ୍‌ ରହିଛି ଯାହା ଗ୍ରାହକଙ୍କୁ ଫୋନ୍‌ରେ ଅଧିକ ୧୫% ଡିସ୍‌ପ୍ଲେ ଅଞ୍ଚଳ ପ୍ରଦାନ କରୁଛି। ଉଭୟ ଫୋନ୍‌କୁ ଏଲ୍‌୧ ୱାଇଭାଇନ୍‌ ସାର୍ଟିଫିକେସନ୍‌ ପ୍ରଦାନ କରାଯାଇଛି ଓ ଏଥିରେ ଡଲ୍‌ବି ଆଟମସ୍‌ ରହିଛି ଯାହା ଫୁଲ୍‌ ୩୬୦ଂ ସରାଉଣ୍ଡ୍‌ ସାଉଣ୍ଡ୍‌ ପ୍ରଦାନ କରୁଛି। ଗାଲାକ୍ସି ଜେ୬+ରେ ରହିଛି ସାଇଡ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଯାହାକୁ ପ୍ରଥମ ଥର ପାଇଁ ଗାଲାକ୍ସି ଫୋନ୍‌ରେ ବ୍ୟବହାର କରାଯାଇଛି। ଉଭୟ ଫୋନ୍‌ରେ ରହିଛି ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଯାହା ଜରିଆରେ ଗ୍ରାହକମାନେ ମେସେଜ୍‌କୁ ନିଜ ହିସାବରେ ବଦଳାଇ ପାରବେ। ୨୨ଟି ଭାରତୀୟ ଭାଷାରେ ଇମୋଟିଫାଏ ଉପଲବ୍ଧ ହେଉଛି। ବାଙ୍ଗାଲୋରର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏହାକୁ ବିକଶିତ କରାଯାଇଛି ।
ଜେ୬+ରେ ସାମ୍ନାରେ ୮ ଏମ୍‌ପି ଓ ପଛରେ ୧୩+୫ ଏମ୍‌ପି ଡୁଆଲ୍‌ କ୍ୟାମେରା ଥିବା ବେଳେ ଜେ୪+ର ସାମ୍ନାରେ ୫ ଏମ୍‌ପି ଓ ପଛରେ ୧୩ ଏମ୍‌ପି କ୍ୟାମେରା ରହିଛି। ଉଭୟ ଫୋନ୍‌ରେ ସ୍ନାପ୍‌ଡ୍ରାଗନ୍‌ ୪୨୫ ପ୍ରୋପେସର ଥିବା ବେଳେ ଜେ୬+ରେ ୪ଜିବି ରାମ୍‌/୬୪ ଜିବି ରମ୍‌ ଓ ଜେ୪+ରେ ୨ ଜିବି ରାମ୍‌/୩୨ ଜିବି ରମ୍‌ ରହିଛି ଓ ଉଭୟ ଫୋନ୍‌ରେ ୩୩୦୦ ଏମ୍‌ଏଏଚ୍‌ ବ୍ୟାଟେରି ଥିବା ବେଳେ ଆଣ୍ଡଏଡ୍‌ ଓରିଓ ଅପରେଟିଂ ସିଷ୍ଟମ୍‌ ରହିଛି । ଉଭୟ ପୋନ୍‌ ସେପ୍ଟେମ୍ବର ୨୫ରୁ ଆମାଜନ୍‌, ଫ୍ଲିପ୍‌କାର୍ଟ, ସାମସଙ୍ଗ୍‌ ସପ୍‌ ଓ ଖୁଚୁରା ଷ୍ଟୋର୍‌ରେ ଉପଲବ୍ଧ ହେବ। ଜେ୬+ର ମୂଲ୍ୟ ୧୫,୯୯୦ ଟଙ୍କା ଥିବା ବେଳେ ଜେ୪+ର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ଏହାଛଡା ୯୯୦ ଟଙ୍କାରେ କଂପାନି ପକ୍ଷରୁ ୱାନ୍‌ ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସ୍‌ମେଂଟ୍‌ ଅଫର୍‌ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର