ସାମସଙ୍ଗର ସାଇଲେଣ୍ଟ ଏସି : ଥଣ୍ଡା କରିବ, କିନ୍ତୁ ପବନ ଦେବ ନାହିଁ

ନୂଆଦିଲ୍ଲୀ : ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଭାରତରେ ଏକ ନୂଆ ପ୍ରକାରର ଏସି ଲଞ୍ଚ୍‌ କରାଯାଇଛି । ଏହା କେବଳ ଘରକୁ ଥଣ୍ଡା କରିବ, କିନ୍ତୁ ପବନ ଦେବ ନାହିଁ । ଏହା ଫଳରେ ଏସିର ଶକ୍ତି ସଂଚୟ ବଢିବ ବୋଲି କମ୍ପାନି ଦାବି କରିଛି । ପାଣିପାଗ ଅବସ୍ଥାକୁ ଦେଖି ଏହା ଗ୍ରାହକଙ୍କୁ ଶୀତଳୀକରଣ ସୁବିଧା ଯୋଗାଇବା ସହ ପ୍ରତ୍ୟକ୍ଷ ଭାବେ ଶୀତଳ ପବନ ପ୍ରବାହ କରିବ ନାହିଁ । ଏଥିରେ ଶକ୍ତି ସଂରକ୍ଷଣର ସମସ୍ତ ପ୍ରକାର ସୁବିଧା ରହିଛି । ଏଥିରେ ବିଶ୍ୱର ପ୍ରଥମ ୮ ପୋଲ ସିରିଜ ଓ କ୍ଷୟନିରୋଧୀ ଡ଼୍ୟୁରାଫିନ କଣ୍ଡେନସର ରହିଛି । ଭାରତର ଗରମ ପାଣିପାଗକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି । ପବନ ମୁକ୍ତ (ୱିଣ୍ଡ ଫ୍ରି) ପ୍ରଯୁକ୍ତି ବ୍ୟବହାର ଯୋଗୁଁ ଏହା ତାପମାତ୍ରାକୁ ସର୍ବଦା ଆରାମଦାୟକ ଅବସ୍ଥାରେ ରହିପାରିବ । ଏଥିରେ ଦ୍ୱି-ସ୍ତରୀୟ ଶୀତଳିକରଣ ବ୍ୟବସ୍ଥା ରହିଛି । ୨୧୦୦୦ କ୍ଷୁଦ୍ର ରନ୍ଧ୍ର ଜରିଆରେ ଏହା ବାୟୁ ନିର୍ଗମନ କରିଥାଏ । ଏହା ପ୍ରଥମେ ତ୍ୱରିତ ଭାବେ କୋଠରୀ ଶୀତଳ କରିଥାଏ । ପରେ ପବନ ମୁକ୍ତ (ୱିଣ୍ଡ ଫ୍ରି) ପ୍ରଯୁକ୍ତିରେ ସ୍ଥିର ଶୀତଳୀକରଣ ଅବସ୍ଥାକୁ ଆସିଥାଏ । ଏୟାରକଣ୍ଡିସନର କ୍ଷେତ୍ରରେ ସଂପ୍ରତି ସିଧାସଳଖ ଶୀତଳ ପବନ ପ୍ରବାହ ଓ ଅତ୍ୟଧିକ ବିଦ୍ୟୁତଶକ୍ତି ବ୍ୟୟ ସମସ୍ୟାର କାରଣ ହୋଇ ଦେଖାଦେଇଛି । ସାମସଙ୍ଗର ଏହି ନୂତନ ପ୍ରଯୁକ୍ତିର ଏସି ଗ୍ରାହକଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ବୋଲି କହିଛନ୍ତି କଂପାନୀର ଖାଉଟି ଇଲେକଟ୍ରୋନିକ୍ସ ବ୍ୟବସାୟ ବରିଷ୍ଠ ଉପସଭାପତି ରାଜୀବ ଭୁତାନି ।

ସମ୍ବନ୍ଧିତ ଖବର