ସାମସଙ୍ଗ୍‌ର ନୂଆ ଅଭିଯାନ ଭଏସ୍‌ ଫୋର୍‌ଏଭର୍‌

ଭୁବନେଶ୍ୱର: ସାମସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ଡିଜିଟାଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ବିକ୍ସବିକୁ ନେଇ ଏକ ଡିଜିଟାଲ୍‌ ଅଭିଯାନ ଆରମ୍ଭ କରାଯାଇଛି। ଜଣେ ମୋଟର ନ୍ୟୁରନ୍‌ ରୋଗୀଙ୍କ ଜୀବନୀକୁ ନେଇ ଏକ ଅନୁପ୍ରାଣିତ କରିବା ଭଳି ସିନେମା ପ୍ରସ୍ତୁତ କରାଯାଇଛି। ରୋଗୀ ଜଣକ ନିଜର ସ୍ୱରକୁ ନିଜ ଝିଅ ପାଇଁ ସଂରକ୍ଷିତ ରଖିବାକୁ ଚାହୁଁଛନ୍ତି ।

ଏହି ଅଭିଯାନରେ ଜଣେ ସ୍ନେହୀ ମାଙ୍କୁ ପ୍ରଦର୍ଶିତ କରାଯାଇଛି ଯିଏ ମୋଟର ନ୍ୟୁରନ୍‌ ରୋଗରେ ପୀଡ଼ିତ ଓ ନିଜର କଥା କହିବା ସ୍ୱର ଓ ଚଳପ୍ରଚଳକୁ ଧୀରେ ଧୀରେ ହରାଉଛନ୍ତି । ଏଥିରେ ସାମସଙ୍ଗ୍‌ର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଭିତ୍ତିକ ବିକ୍ସି ପ୍ରଯୁକ୍ତିକୁ ବ୍ୟବହାର କିଭଳି ତାଙ୍କ ସ୍ୱରକୁ ସାମସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ଜୀବ‘ ରଖାଯାଇଛି ତାହା ପ୍ରଦର୍ଶନ କରାଯାଉଛି।

ସାମସଙ୍ଗ ରିସର୍ଚ ଇନଷ୍ଟିଚ୍ୟୁଟ୍‌-ବେଙ୍ଗାଲୁରୁ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ କମ୍ପାନି ସହିତ ମିଶି ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରେ ମଣିଷ ସ୍ୱରକୁ ସାମସଙ୍ଗ ସ୍ମାର୍ଟଫୋନ୍‌ରେ ସଫଳତାର ସହିତ ରେକର୍ଡ କରାଯାଇଥିଲା। ଏହି ପରୀକ୍ଷାରୁ ହିଁ ମୋଟର ନ୍ୟୁରନ୍‌ ରୋଗୀଙ୍କ ପାଇଁ ପ୍ରଥମ ଏନ୍‌ଜିଓ ଆଶା ଏକ୍‌ ହୋପ୍‌ ଫାଉଣ୍ଡେସନ୍‌ର ସୃଷ୍ଟି ହୋଇଛି। ‘ସାମସଙ୍ଗ୍‌ରେ ଆମେ ନୂତନ ପ୍ରଯୁକ୍ତିି ଜରିଆରେ ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ। ଅର୍ଥପୂର୍ଣ୍ଣ ନୂତନତ୍ୱ ଜରିଆରେ ଗ୍ରାହକଙ୍କ ବାସ୍ତବ ଜୀବନର ସମସ୍ୟାକୁ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସିନେମାରେ ପ୍ରଦର୍ଶିତ କରାଯାଇଛି ଯେ କିଭଳି ସାମସଙ୍ଗ୍‌ ଏହାର ବିକ୍ସବି ଭଏସ୍‌ ଆସିଷ୍ଟାଂଟ୍‌କୁ ବ୍ୟବହାର କରି ଏମ୍‌ଏନ୍‌ଡିରେ ପୀଡ଼ିତ ଥିବା ମା’ଙ୍କ ସ୍ୱରକୁ ସଂରକ୍ଷିତ ରଖିବା ଭଳି ଅସମ୍ଭବ କାମକୁ ସମ୍ଭବ କରୁଛି ବୋଲି ରଣଜିଭ୍‌ଜିତ୍‌ ସିଂହ, ମୁଖ୍ୟ ମାର୍କେଟିଂ ଅଧିକାରୀ, ସାମସଙ୍ଗ୍‌ ଇଣ୍ଡିଆ କହିଛନ୍ତି ।

ସମ୍ବନ୍ଧିତ ଖବର