ଦେଶର ସବୁଠୁ ବଡ଼ କର୍ଭଡ୍‌ ମନିଟର ଲଞ୍ଚ୍‌ କଲା ସାମସଙ୍ଗ

ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଭାରତରେ ବିଶ୍ୱର ସର୍ବବୃହତ କର୍ଭଡ୍‌ ମନିଟରକୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ରହିଛି । ଏହି ୪୯ ଇଞ୍ଚ ଅଲଟ୍ରା ୱାଇଡ୍‌ (ଚଉଡା) କର୍ଭଡ୍‌ ମନିଟର କର୍ମଜୀବୀ ଏବଂ ଗେମ୍‌ ପ୍ରେମୀଙ୍କ ଜୀବନକୁ ବହୁତ ସହଜ କରିପାରିବ। ଏହା ହେଉଛି ୩୨:୯ ସୁପର ଅଲଟ୍ରା ୱାଇଡ୍‌ କ୍ୟୁଏଲ୍‌ଇଡି ମନିଟର। ଏହା ବଡ଼ ସ୍କ୍ରିନ୍‌ରେ ଆକର୍ଷଣୀୟ ମାନର ଛବି ପ୍ରଦାନ କରୁଛି।
ତେବେ ଏହାର ଏକ ବଡ଼ ବୈଶିଷ୍ଟ୍ୟ ହେଲା ଏଥିରେ ଥିବା ଆଇ-ସେଭର ମୋଡ୍‌ ଓ ଫ୍ଲିକର ଫ୍ରି ଟେକନଲୋଜୀ ଦ୍ୱାରା ଆଖି ସୁରକ୍ଷିତ ରହିବା ସହ ଟିଭିରୁ ବାହାରୁଥିବା ନୀଳ ରଶ୍ମିକୁ ଅଟକାଇଦିଏ, ଫଳରେ ଆଖି ହାଲିଆ ହୁଏ ନାହିଁ । ଏଥିରେ ମଧ୍ୟ ରହିଛି କ୍ୱାଣ୍ଟମ ଡଟ୍‌ ଟେକନଲୋଜୀ ଓ ଏକ ଓ୍ଵାଇଡର କଲର ସ୍ପେକଟ୍ରମ ।

 

ବିଭିନ୍ନ ପ୍ରକାର କାମ କରିବା ପାଇଁ ଏହି ମନିଟରର ସ୍କ୍ରିନ୍‌କୁ ‘ଇଜି ସେଟିଂ ବକ୍ସ ଏସ୍‌/ଡବଲ୍ୟୁ’ ଜରିଆରେ ଭାଗ ଭାଗ କରିହେବ। ଏଥିରେ ବେଗ ବଢ଼ାଇବା, ଫାଇନର୍‌ କଣ୍ଟ୍ରୋଲ, ମଲ୍‌ଟିପଲ୍‌ ଇନପୁଟ ପୋର୍ଟ ଭଳି ସୁବିଧା ରହିଛି। ଏହାର ଡିସ୍‌ପ୍ଲେକୁ ଯେ କୌଣସି ଡିଭାଇସ୍‌ ସହିତ ସଂଯୋଗ କରିହେବ। ଏଥିରେ ରହିଛି କ୍ୱାମ୍‌ ଡଟ୍‌ ପ୍ରଯୁକ୍ତି ଯାହା ମନିଟର ଅନୁଭୂତିକୁ ଭିନ୍ନ ସ୍ତରରେ ପହଞ୍ଚାଇଦେବ। ଏଥିରେ ହାଇ ଡାଇନାମିକ୍‌ ରେ୍‌ (ଏଚ୍‌ଡିଆର୍‌) ପ୍ରଯୁକ୍ତି ମଧ୍ୟ ରହିଛି। ସାମସଙ୍ଗ ସପ୍‌ ଏବଂ ଅଗ୍ରଣୀ ରିଟେଲ୍‌ ଷ୍ଟୋର୍‌ଗୁଡ଼ିକରେ ଏହା ଉପଲବ୍ଧ ହେଉଛି।

ଏ ସମ୍ପର୍କରେ ପୁନିତ ସେଠୀ, ଉପ ସଭାପତି, କଂଜୁମର ଇଲେକ୍‌ଟ୍ରୋନିକ୍ସ ଏଣ୍ଟରପ୍ରାଇଜେସ୍‌ ବିଜନେସ୍‌, ସାମସଙ୍ଗ ଇଣ୍ଡିଆ କହିଛନ୍ତି ଯେ, ବ୍ୟବସାୟ ବୃତ୍ତିଧାରୀ ଏବଂ ଗେମ୍‌ ପ୍ରେମୀଙ୍କ ପାଇଁ ଏହି ମନିଟର ଏ କ୍ଷେତ୍ରରେ କେବଳ ବଡ଼ ନୁହେଁ, ବରଂ ଏହା ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ଦୃଷ୍ଟିରୁ ଟ୍ରେଣ୍ଡ୍‌ ଧାର୍ଯ୍ୟ କରିବ ।

ସମ୍ବନ୍ଧିତ ଖବର