ସାମ୍‌ସଙ୍ଗ୍‌ର ନୂଆ ଫୋନ୍‌

ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଭାରତରେ ଗାଲାକ୍ସି ନୋଟ ୧୦ ଓ ଗାଲାକ୍ସି ୧୦+ର ଶୁଭାରମ୍ଭ କରାଯାଇଛି । ଏହା ଦୁଇଟି ଆକର୍ଷଣୀୟ ଫୋନ୍ ଆଗାମୀ ପିଢିର ସୃଜନଶୀଳତାକୁ ପରବର୍ତ୍ତୀ ସ୍ତରକୁ ନେବାରେ ସାହାଯ୍ୟ କରିବ ବୋଲି କମ୍ପାନି ଆଶା ରଖିଛି। ଗାଲାକ୍ସି ନୋଟ ୧୦ ଦୁଇଟି ସାଇଜ୍‌ରେ ଆସୁଛି । ଏହି ସ୍ମାର୍ଟଫୋନରେ ୬.୩ ଇଞ୍ଚର ସିନୋମାଟିକ ଇନଫିନିଟି ଡିସପ୍ଲେ ରହିଛି । ସେହିଭଳି ଗାଲାକ୍ସି ନୋଟ ୧୦+ରେ ବୃହତ୍ ନୋଟ ଡିସପ୍ଲେ ଏବଂ ୬.୮ ଇଞ୍ଚ ସିନେମାଟିକ ଇନଫିନିଟି ଡିସପ୍ଲେ ରହିଛି। ସାମସଙ୍ଗ ସାଉଥୱେଷ୍ଟ ଏସିଆର ପ୍ରେସିଡେଂଟ ଓ ସିଇଓ ଏଚ୍ ସି ହଙ୍ଗ କହିଛନ୍ତି , ଭାରତରେ ଗାଲାକ୍ସି ନୋଟକୁ ଗ୍ରାହକମାନେ ଖୁବ୍ ଭଲ ପାଇଥାନ୍ତି। ତେଣୁ ଭାରତରେ ନୂଆ ଫୋନର ବିଶେଷ ଆଦୃତି ରହିବ ବୋଲି ସେ କହିଛନ୍ତି। କମ୍ପାନିର ସିନିଅର ଭାଇସ ପ୍ରେସିଡେଣ୍ଟ ରଞ୍ଜିଭଜିତ ସିଂ କୁହନ୍ତି, ପ୍ରଥମ ଥର ପାଇଁ ଗାଲାକ୍ସି ନୋଟ ୧୦ ଦୁଇଟି ସାଇଜରେ ଆସୁଅଛି। ତେଣୁ ଗ୍ରାହକମାନେ ଉପଯୁକ୍ତ ନୋଟ ବାଛିପାରିବେ ।

ସମ୍ବନ୍ଧିତ ଖବର