ସାମସଙ୍ଗର ନୂଆ ଗାଲାକ୍ସି ଏସ୍‌ ୯, ଏସ୍‌ ୯+ 

ଭୁବନେଶ୍ୱର: ସାମସଙ୍ଗ ଏହାର ଦୁଇଟି ନୂଆ ମଡେଲ ସ୍ମାର୍ଟଫୋନ୍‌ ଓଡ଼ିଶା ବଜାରରେ ପ୍ରବେଶ କରାଇଛି। ସେହି ସ୍ମାର୍ଟଫୋନ୍‌ ଦୁଇଟି ହେଲା ସାମସଙ୍ଗ ଗାଲାକ୍ସି ଏସ୍‌ ୯ ଏବଂ ସାମସଙ୍ଗ ଗାଲାକ୍ସି ଏସ୍‌ ୯ +। ସହିଦ ନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ପରିସରରେ ନୂଆ ଫୋନ୍‌ ଦୁଇଟିର ଉନ୍ମୋଚନ କରାଯାଇଛି। ଏହି ଅବସରରେ କଂପାନିର ଜୋନାଲ ସେଲ୍‌ସ ମ୍ୟାନେଜର ଆଶୁତୋଷ ଶର୍ମା, ସାମସଙ୍ଗର ଓଡ଼ିଶା ଡିଷ୍ଟ୍ରିବ୍ୟୁଟର ପପୁ ହଂସ, ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅତିଥିଭାବେ ଯୋଗଦେଇଥିଲେ। ଗାଲାକ୍ସି ଏସ୍‌୯ରେ ୪ଜିବି ରାମ୍‌ ଓ ୬୪ଜିବି ରମ୍‌ ରହିଛି। ଏହି ଫୋନ୍‌ର ଦାମ୍‌ ୫୭,୯୦୦ ଟଙ୍କା ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡରେ ଏହି ଫୋନ୍‌ କିଣିଲେ ୬୦୦୦ ଟଙ୍କାର କ୍ୟାସବ୍ୟାକ୍‌ ରହିଛି ବୋଲି କଂପାନି ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଫୋନ୍‌ ଉନ୍ମୋଚନ ଅବସରରେ ଲକ୍ଷ୍ମୀ ମୋବାଇଲର ସ୍ୱତ୍ୱାଧିକାରୀ ନକୁଳ ସୁବୁଦ୍ଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର