ହ୍ରାସ ହେଲା ସାମସଙ୍ଗ୍‌ ସ୍ମାର୍ଟ ଫୋନର ଦର; ଜାଣନ୍ତୁ ନୂଆ ଦର କେତେ

ନୂଆଦିଲ୍ଲୀ: ସାମସଙ୍ଗ ଗ୍ୟାଲେକ୍ସି ଏ୬ ଓ ଏ୬+ ମୋବାଇଲ୍‌କୁ ମାସେ ପୂର୍ବରୁ ଲଞ୍ଚ କରିଥିଲା । କିନ୍ତୁ ସୂଚନା ମୁତାବକ ଏବେ ଗ୍ୟାଲେକ୍ସି ଏ୬ର ମୂଲ୍ୟ ହ୍ରାସ ଘଟିଛି । ବର୍ତ୍ତମାନ ଆପଣ ଏହି ଫୋନକୁ୧୯,୯୦୦ ଟଙ୍କାରେ କିଣିପାରିବେ । ଏହି ଫୋନ କଳା, ବ୍ଲୁ ଓ ଗୋଲ୍ଡ ରଙ୍ଗରେ ବଜାରରେ ଉପଲବ୍ଧ ଅଛି । କମ୍ପାନି ଗ୍ୟାଲେକ୍ସି ଏ୬ କୁ ଭାରତ ବଜାରରେ ପ୍ରବେଶ କଲା ବେଳେ ୩୨ ଜିବି ଫୋନର ମୂଲ୍ୟ ୨୧,୯୦୦ ଥିବା ବେଳେ ୬୪ ଜିବି ଫୋନର ମୂଲ୍ୟ ୨୨,୯୦୦ ଥିଲା ।

ସାମସଙ୍ଗର ଏ୬ ମଡେଲର ମୂଲ୍ୟରେ ପାଖାପାଖି ୨୦୦୦ ଟଙ୍କା ହ୍ରାସ ଘଟିଛି । କିନ୍ତୁ ଏହି ଫୋନ ବର୍ତ୍ତମାନ ଭାରତ ବଜାରରେ ମିଳୁନାହିଁ । କିନ୍ତୁ ଆପଣ ଏହି ଫୋନଙ୍କୁ ଆମାଜନ କିମ୍ବା ପେଟିଏମ୍‌ରୁ କିଣି ପାରିବେ । ଏହା ବ୍ୟତୀତ ଆପଣ ସାମସଙ୍ଗର ଅଫିସିଆଲି ସାଇଟ୍‌ରୁ ମଧ୍ୟ ଏହି ଫୋନ କିଣି ପାରିବେ ।

TechRadar

ଗ୍ୟାଲେକ୍ସି ଏ୬ରେ ୫.୬ ଇଞ୍ଚ ସ୍କ୍ରିନ ସହ ସୁପର ଏଲିଡି ଡିସ୍‌ପ୍ଳେ ରହିଛି । ଏହାର ଦୁଇଟି ମଡେଲ ଅଛି। ପ୍ରଥମଟିର ୩ ଜିବି ର‍୍ୟାମ ସହ ୩୨ ଜିବି ମେମୋରି ଓ ଅନ୍ୟଟିରେ ୪ ଜିିବି ର‍୍ୟାମ ସହ ୬୪ ଜିବି ମେମୋରି ରହିଛି । ମାଇକ୍ରୋ ଏସିଡି ଦ୍ୱାରା ଏହାର ମେମୋରି ବଢାଇ ଯାଇପାରିବ ।

ସମ୍ବନ୍ଧିତ ଖବର