ସାମସଙ୍ଗ ଅନଲାଇନ୍‌ ସପ୍‌ ରେ ଆରମ୍ଭ ହେଲା ଅନଲାଇନ ଫେଷ୍ଟ, ମିଳୁଛି ଆକର୍ଷଣୀୟ ରିହାତି

ଗୁରୁଗାଓଁ: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଏହାର ଅନଲାଇନ୍‌ ଷ୍ଟୋର୍‌ ସାମସଙ୍ଗ ଅନଲାଇନ୍‌ ସପ୍‌ରେ ସାମସଙ୍ଗ ଫେଷ୍ଟ୍‌ ଆରମ୍ଭ ହୋଇଛି ଓ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଗା ସେଲ୍‌ ସାମସଙ୍ଗ ମୋବାଇଲ୍‌, ଟେଲିଭିଜନ୍‌, ଏୟାର କଣ୍ଡିସନର, ମାଇକ୍ରୋୱେଭସ୍‌, ଓୟାରେବଲ୍‌ ଓ ମୋବାଇଲ୍‌ ଆକ୍‌ସେସୋରିଜ୍‌ ଉପରେ ସ୍ୱତନ୍ତ୍ର ଡିଲ୍‌ ସହ ଆରମ୍ଭ ହେବ। ପ୍ରଥମ ଥର ପାଇଁ ସାମସଙ୍ଗର ଏକ କମ୍ପାନି ହରମାନ୍‌ର ଉତ୍ପାଦ ହରମାନ୍‌ କାରଦୋନ୍‌ ଓ ଜେବିଏଲ୍‌ ଅଡିଓ ଉତ୍ପାଦ ମଧ୍ୟ ଏହି ସେଲ୍‌ରେ ଉପଲବ୍ଧ ହେବ। ସାମସଙ୍ଗ ଅନଲାଇନ୍‌ ସପ୍‌ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଂଜ୍ୟୁମର ଇଲେକ୍‌ଟ୍ରୋନିକ୍ସ, ଅଡିଓ ଉତ୍ପାଦ ଓ ଆକ୍‌ସେସୋରିଜ୍‌ ଉପରେ ସ୍ୱତନ୍ତ୍ର ଡିଲ୍‌ ଉପଲବ୍ଧ ହେବ। ଏହି ସେଲ୍‌ ଅବସରରେ ନିର୍ଦିଷ୍ଟ ଉତ୍ପାଦ ପାଇଁ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ କାରବାର ଉପରେ ସିଟି ବ୍ୟାଙ୍କ ୧୦% କ୍ୟାସ୍‌ବ୍ୟାକ୍‌ ପ୍ରଦାନ କରିବ। ଅନରିଅଲ୍‌ ଡିଲ ମାଧ୍ୟମରେ ପ୍ରତିଦିନ ଦିନ ୧୧ଟାରେ କେତେକ ନିର୍ଦିଷ୍ଟ ବର୍ଗର ଉତ୍ପାଦକୁ ସ୍ୱତନ୍ତ୍ର ମୂଲ୍ୟରେ ବିକ୍ରି କରାଯିବ । ସେହିପରି ୫୦:୫୦ ଅଫର ଅଧିନରେ ପ୍ରତିଦିନ ସନ୍ଧ୍ୟା ୭ଟାରେ ସାମସଙ୍ଗ ଆକ୍‌ସେସୋରିଜ୍‌ ଉପରେ ଫ୍ଲାଟ୍‌ ୫୦% ରିହାତି ମିଳିବ । ସାମସଙ୍ଗ ଅନଲାଇନ୍‌ ସପ୍‌ ହେଉଛି ଗ୍ରାହକଙ୍କ ପାଇଁ ଅଫିସିଆଲ୍‌ ଅନଲାଇନ୍‌ ସପିଙ୍ଗ୍‌ ସ୍ଥାନ ଯେଉଁଠାରେ ସ୍ମାର୍ଟଫୋନ୍‌, ଟେଲିଭିଜନ୍‌, ହୋମ୍‌ ଆପ୍ଲାଏନ୍‌ସେସ୍‌, ମେମୋରି ଓ ଆଇଟି ଉତ୍ପାଦ ଭଳି ସାମସଙ୍ଗର ବ୍ୟାଙ୍କ ଉତ୍ପାଦ ସହିତ ସମୃଦ୍ଧ ବିଷୟବସ୍ତୁ, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଓ ସର୍ବଭାରତୀୟ ଡେଲିଭରି ସୁବିଧା ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର