ଏ ବର୍ଷ କେତେକ ନୂଆ ଧରଣର ଟିଭି ବଜାରକୁ ଛାଡିବ ସାମସଙ୍ଗ

ନୂଆଦିଲ୍ଲୀ : କଂଜ୍ୟୁମର୍‌ ଇଲେକ୍ଟୋନିକ୍ସ ବ୍ରାଣ୍ଡ୍‌ ସାମସଙ୍ଗ ପକ୍ଷରୁ ୨୦୧୮ ବର୍ଷ ନିମନ୍ତେ ଭାରତୀୟ ବଜାର ପାଇଁ ଉତ୍ପାଦଗୁଡ଼ିକ ବିଷୟରେ ଘୋଷଣା କରାଯାଇଛି। ନିଜର ଫ୍ଲାଗ୍‌ସିପ୍‌ ମଡେଲ୍‌ କ୍ୟୁଏଲ୍‌ଇଡିରେ ନୂଆ ମଡେଲ୍‌ ଆଣିବା ସହିତ ସାମସଙ୍ଗ ପକ୍ଷରୁ ମିଡ୍‌-ରେଞ୍ଜ ୟୁଏଚ୍‌ଡିରେ ମଧ୍ୟ ନୂଆ ମଡେଲ୍‌ ଅଣାଯିବ ଓ ମେକ୍‌ ଫର୍‌ ଇଣ୍ଡିଆ ‘କନ୍‌ସର୍ଟ ସିିରିଜ୍‌’କୁ ଉନ୍ମୋଚନ କରାଯିବ। ଭାରତୀୟ ବଜାରର ବିଭିନ୍ନ କ୍ଷେତ୍ରରେ ସାମସଙ୍ଗ ଅନେକ ଅଭିନବ ଉତ୍ପାଦ ଉନ୍ମୋଚନ କରିଛି। ବଜାରରେ ଅଭିନବ ଉତ୍ପାଦ ଆଣିବା ଯଥା ଏଲ୍‌ଇଡି ଟିିଭି, ସ୍ମାର୍ଟ ଟିଭି, କର୍ଭଡ୍‌ ଟିଭି, କର୍ଭଡ୍‌ ୟୁଏଚ୍‌ଡି ଓ କ୍ୟୁଏଲ୍‌ଇଡି ଟିଭି ଓ ଦି ଫ୍ରେମ୍‌ ଆଦି ଆଣିବାରେ ସାମସଙ୍ଗ ସର୍ବଦା ଆଗରେ ରହିଛି ।

୨୦୧୮ କ୍ୟୁଏଲଇଡି ଟିଭିରେ ଥିବା ଆମ୍ବିଏଣ୍ଟ ମୋଡ୍‌ ପଛରେ ଥିବା କାନ୍ଥ ଅନୁସାରେ ନିଜକୁ ବଦଳାଇ ଦେବ। କେବଳ ସେତିକି ନୁହେଁ ଏହାର ସ୍କିନ୍‌ ପାଣିପାଗ ସୂଚନା ମଧ୍ୟ ପ୍ରଦାନ କରିବ। ଏହାର ପ୍ରଚ୍ଛଦକୁ ଗ୍ରାହକମାନେ ନିଜ ଫଟୋ କିମ୍ବା ଆକର୍ଷଣୀୟ କଳାକୃତି ଜରିଆରେ ସଜାଇ ପାରିବେ। ଏଥିରେ ଏକ ଅଦୃଶ୍ୟ ପ୍ରାୟ ତାର ରହିଛି ଯାହା ଜରିଆରେ ଡାଟା ଓ ପାୱାର ବିତରଣ କରାଯାଇପାରିବ। ଏଥିରେ ଥିବା ଏସ୍‌ ଭଏସ୍‌ ମୋଡ୍‌କୁ ମଧ୍ୟ ଗ୍ରାହକମାନେ ବ୍ୟବହାର କରିପାରିବେ। ଏହାକୁ ଯାହା କୁହାଯିବ ଟିଭି ସେହି ଅନୁସାରେ କାମ କରିବ। ଏବର୍ଷ ୮ ଟି କ୍ୟୁଏଲ୍‌ଇଡି ମଡେଲ୍‌ ୫୫ ଇଂଚରୁ ୭୫ ଇଂଚ ପର୍ଯ୍ୟନ୍ତ ରହିଛି ଯାହାର ମୂଲ୍ୟ ୨,୪୫,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ୟୁଏଚ୍‌ଡିରେ ମଡେଲ୍‌ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୧୬ ହେବ। ୟୁଏଚ୍‌ଡି ରେଂଜ୍‌ର ମୂଲ୍ୟ ୬୪,୯୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର