ସାମସଙ୍ଗ ଛାଡ଼ିବ ଡବଲ୍‌-ସାଇଡେଡ୍‌ ଡିସପ୍ଲେ ସ୍ମାର୍ଟଫୋନ !

ଏହାର ଉଭୟ ପଟେ ଡିସପ୍ଲେ ରହିବ

0

ନ୍ୟୁୟର୍କ: ସ୍ମାର୍ଟଫୋନ ଟେକନଲୋଜୀ ଦିନକୁ ଦିନ ବଦଳିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ପ୍ରକାରର ଟେକନଲୋଜୀ ଓ ଫିଚର ଥିବା ସ୍ମାର୍ଟଫୋନ ବାହାରୁଛି । ତେବେ ସାମସଙ୍ଗ ପକ୍ଷରୁ ଏପରି ଏକ ସ୍ମାର୍ଟଫୋନ ବାହାର କରାଯାଇଛି ଯାହାର ଉଭୟ ପଟେ ଡିସପ୍ଲେ ରହିଛି । ଗୋଟିଏ ପଟେ ଫୁଲ୍‌ ଡିସପ୍ଲେ ରହିଥିବେଳେ ସେହି ଡିସପ୍ଲେଟି ପଛପଟର ଅଧା ସ୍ଥାନକୁ ବ୍ୟାପିଛି । ଏହି ଟେକନଲୋଜୀ ପାଇଁ ସାମସଙ୍ଗ ପକ୍ଷରୁ ଆମେରିକାର ପ୍ୟାଟେଣ୍ଟ ଅଫିସ ୟୁଏସ ଷ୍ଟେଟ ପ୍ୟାଟେଣ୍ଟ ଏଣ୍ଡ ଟ୍ରେଡମାର୍କ ଅଫିସ (ୟୁଏସପିଟିଓ)ରେ ପ୍ୟାଟେଣ୍ଟ ପାଇଁ ଆବେଦନ କରାଯାଇଛି ।

ମିଳିଥିବା ସର୍ବଶେଷ ସୂଚନା ମୁତାବକ ସାମସଙ୍ଗର ଏହି ଟେକନଲୋଜୀକୁ ଗତ ୧୨ ତାରିଖରେ ପ୍ୟାଟେଣ୍ଟ ମିଳିଛି । ଏହାର ପ୍ୟାଟେଣ୍ଟ ନଂ ରହିଛି ‘US D805,069 S’ । ଏହା ଫଳରେ ଆଗାମୀ ଦିନରେ ସାମସଙ୍ଗ ପକ୍ଷରୁ ନିଜର ଗାଲାକ୍ସି ବ୍ରାଣ୍ଡରେ ଏପରି ଏକ ସ୍ମାର୍ଟଫୋନ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ସ୍ମାର୍ଟଫୋନ ସମ୍ପର୍କରେ କମ୍ପାନି ପକ୍ଷରୁ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଉଛି ।

ସ୍ମାର୍ଟଫୋନ ବଜାରରେ ପ୍ରତିଯୋଗିତା କ୍ରମଶଃ ତୀବ୍ର ହେଉଥିବାବେଳେ କମ୍ପାନିମାନେ ନୂଆ ନୂଆ ପ୍ରକାରର ଉଦ୍ଭାବନରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି ଆମେରିକା କମ୍ପାନି ଆପଲ ଓ କୋରିଆ କମ୍ପାନି ସାମସଙ୍ଗ । ଆପଲ ନିଜର ଆଇଫୋନ ଓ ସାମସଙ୍ଗ ନିଜର ଗାଲାକ୍ସି ବ୍ରାଣ୍ଡ ମାଧ୍ୟମରେ ନୂଆ ନୂଆ ଟେକନଲୋଜୀର ପ୍ରଦର୍ଶନ କରୁଛନ୍ତି । ପୂର୍ବରୁ ଚୀନର ଏକ ସ୍ମାର୍ଟଫୋନ କମ୍ପାନି ମେଇଜୁ ଏକ ଡୁଆଲ ସ୍କିନ ସ୍ମାର୍ଟଫୋନ ବଜାରକୁ ଛାଡିଥିଲା । ସେଥିରେ ଗୋଟିଏ ପଟେ ଫୁଲ ଡିସପ୍ଲେ ଓ ପଛପଟେ ଆଉ ଏକ ଛୋଟ ଡିସପ୍ଲେ ଥିଲା । କିନ୍ତୁ ସାମସଙ୍ଗର ଏହି ପ୍ରସ୍ତାବିତ ଫୋନରେ ଗୋଟିଏ ଡିସପ୍ଲେ ଆଗପଟୁ ଆରମ୍ଭ ହୋଇ ପଛପଟକୁ ବ୍ୟାପୀଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.