ସାଣ୍ଡିଜ୍ ଟାୱାର ପ୍ରତିଷ୍ଠାତା ସମ୍ମାନିତ

ଭୁବନେଶ୍ବର: ସାଣ୍ଡିଜ୍ ଟାୱାରର ପ୍ରତିଷ୍ଠାତା ସଂଜୀବ ପାତ୍ରଙ୍କୁ ଭାରତର ଏନ୍‌ଆର୍‌ଆଇ ସୋସାଇଟି ଦ୍ବାରା ମହାତ୍ମା‌ ଗାନ୍ଧୀ ସମ୍ମାନ ପ୍ରଦାନ କରାଯାଇଛି। ୱେଷ୍ଟମିନିଷ୍ଟର୍‌ ଲଣ୍ଡନର ହାଉସ୍‌ ଅଫ୍‌ କମନ୍ସରେ ଆୟୋଜିତ ଗ୍ଲୋବାଲ୍ ଆଚିଭର୍ସ ଅଫ୍ କନ୍‌କ୍ଲେଭ୍‌ରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାର୍କେଟିଂ ଓ ମାନବ ସମ୍ବଳରେ ଏମ୍‌ବିଏ କରିଥିବା ଶ୍ରୀ ପାତ୍ର ୨୦୦୬ରେ ହୋଟେଲ୍ ବ୍ୟବସାୟରେ ପ୍ରବେଶ କରିଥିଲେ। ତାଙ୍କ ଚାରି ତାରକା ହୋଟେଲ୍‌କୁ ଭାରତ ସରକାରଙ୍କ ସ୍ବୀକୃତି ମିଳିଛି।

ସମ୍ବନ୍ଧିତ ଖବର