‘ସନ୍ତାନ’ର କ୍ୟାନସର୍‌ ଚିହ୍ନଟ ସମାଧାନ

ଭୁବନେଶ୍ବର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ୍‌ ରିସର୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁତ୍ରିମ ବୁଦ୍ଧିମତାର ଶକ୍ତି ଥିବା ସୁଲଭ କ୍ୟାନସର୍‌ ଚିହ୍ନଟ ସମାଧାନକୁ ଉପସ୍ଥାପନ କରାଯାଇଛି। ବ୍ରହ୍ମପୁରର ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଠାରେ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରେ ଏହି ସମାଧାନକୁ ୫୦ରୁ ଅଧିକ ଡାକ୍ତରଙ୍କ ସାମ୍ନାରେ ପ୍ରଦର୍ଶିତ କରାଯାଇଛି। ଏ ସମ୍ପର୍କରେ ସନ୍ତାନର ପ୍ରତିଷ୍ଠାତା ଡକ୍ଟର ସତୀଶ ପ୍ରସାଦ ରଥ କହିଛନ୍ତି ଯେ, କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାରେ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଆଇଏମ୍‌ଏ, ବ୍ରହ୍ମପୁରର ଏହି ସମ୍ମିଳନୀ ଏହି ରୋଗ ବିଷୟରେ ସଚେତନତା ବଢ଼ାଇବାରେ ବିଶେଷ ସହାୟକ ହେବ।

ସମ୍ବନ୍ଧିତ ଖବର