ନିଷିଦ୍ଧ ଔଷଧ ତାଲିକାରୁ ବାଦ୍ ପଡ଼ିଲା ସାରିଡନ୍

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗତବର୍ଷ ନିଷିଦ୍ଧ କରାଯାଇଥିବା ଶତାଧିକ ଫିକ୍ସଡ ଡୋଜ୍ କମ୍ବିନେସନ (ଏଫଡିସି)ର ଔଷଧ ତାଲିକାରୁ ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନ ସୁପ୍ରିମ କୋର୍ଟ ବାଦ୍ ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ସରକାର ପ୍ରଥମେ ଏହା ଉପରେ ନିଷେଧାଦେଶ ଜାରି କରିବା ପରେ ସୁପ୍ରିମକୋର୍ଟରୁ କମ୍ପାନି ରହିତାଦେଶ ଆଣିଥିଲା। ଫଳରେ ପିରାମଲ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏହି ଔଷଧର ପ୍ରସ୍ତୁତି ଓ ବିକ୍ରି ଜାରି ରଖିବାକୁ ଅନୁମତି ପାଇଥିଲା। ଏବେ ଏହି ଔଷଧକୁ ନିଷିଦ୍ଧ ତାଲିକାରୁ ସୁପ୍ରିମ କୋର୍ଟ ବାଦ୍ ଦେଇଛନ୍ତି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର