ବିପର୍ଯ୍ୟୟ ସେସ୍‌ ମନ୍ତ୍ରୀଗୋଷ୍ଠୀରେ ଶଶିଭୂଷଣ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ‌େହାଇଥିବା ଜିଏସ୍୍‌ଟି ପରିଷଦର ୩୦ତମ ବୈଠକରେ ଏକ ସ୍ବତନ୍ତ୍ର ବିପର୍ଯ୍ୟୟ ସେସ୍‌ ଲଗାଇବା ନେଇ ଆଲୋଚନା ହୋଇଛି। କେରଳ ବନ୍ୟାକୁ ଦୃଷ୍ଟିରେ ରଖି ଏଭଳି ସେସ୍ ଲଗାଇବା ଦାବି ଆସିଥିଲା। ଏହି ଦାବି ଉପରେ ବିଚାର କରିବା ପାଇଁ ଏକ ସାତ ଜଣିଆ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍) ଗଠନ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମେତ ଆସାମ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀମାନେ ଏଥିରେ ସଦସ୍ୟ ରହିଛନ୍ତି। କେଉଁଭଳି ବିପର୍ଯ୍ୟୟ ପାଇଁ ସେସ୍‌ ଲାଗିବ, ଏହାର ଅବଧି କେତେ ରହିବ ଆଦି ବିଭିନ୍ନ ବିଷୟ ଉପରେ ଏହି କମିଟି ଅନୁଧ୍ୟାନ କରିବ। ଆସନ୍ତା ମାସ ୩୧ ତାରିଖ ସୁଦ୍ଧା କମିଟି ଏହାର ରିପୋର୍ଟ ଦାଖଲ କରିବ। ଆଜିର ବୈଠକରେ ଜିଏସ୍‌ଟି ଆଦାୟ ସ୍ଥିତି ଉପରେ ମଧ୍ୟ ଆ‌େଲାଚନା ହୋଇଥିଲା।

ସମ୍ବନ୍ଧିତ ଖବର