୧୨ ଡିସେମ୍ବରରୁ ବନ୍ଦ ହୋଇଯିବ ଏସ୍‌ବିଆଇର ଏହି ସେବା, ନେଣଦେଣରେ ହେବ ଅସୁବିଧା

ନୂଆଦିଲ୍ଲୀ: ଆପଣଙ୍କ ଜମାଖାତା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଅର୍ଥାତ୍‌ ଏସ୍‌ବିଆଇରେ ଅଛି କି ! ଯଦି ଅଛି ତେବେ ତେବେ ସାବଧାନ ହୋଇ ଯାଆନ୍ତୁ। ଡିସେମ୍ବର ୧୨ ପରେ ଆପଣଙ୍କ ପାଇଁ ଏସ୍‌ବିଆଇର ଆଉ ଏକ ସେବା ବନ୍ଦ ହୋଇଯିବ। ଆଜ୍ଞା ହଁ, ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଡିସେମ୍ବର୧୨ରୁ ଆଉ ଏକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଡିସେମ୍ବର ୧୨ରୁ ବ୍ୟାଙ୍କ ନନ୍‌-ସିଟିଏସ୍‌ ଚେକ୍‌ ସ୍ୱୀକାର କରିବ ନାହିଁ।

ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ମାନିବାକୁ ଯାଇ ବ୍ୟାଙ୍କ ଆଗାମୀ ବର୍ଷ ୨୦୧୯ ଜାନୁଆରି ୧ରୁ ନନ୍‌-ସିଟିଏସ୍‌ ଚେକ୍‌ କ୍ଲିୟର କରିବ ନାହିଁ। ଫଳରେ ଆପଣଙ୍କ ନେଣଦେଣରେ ଅନେକ ଅସୁବିଧା ପରିଲକ୍ଷିତ ହୋଇପାରେ। ବ୍ୟାଙ୍କ ଏଥିପାଇଁ ଡିସେମ୍ବର ୧୨କୁ ଶେଷ ତାରିଖ ରଖିଛି। ବ୍ୟାଙ୍କ ଏଥିପାଇଁ ନିଜ ଗ୍ରାହକଙ୍କୁ ମେସେଜ ପଠାଇବା ଆରମ୍ଭ ବି କରି ଦେଇଛି। ଏଥିପାଇଁ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସୂଚାଇ ଦେଇଛି କି, ଖୁବ୍‌ଶୀଘ୍ର ନିଜର ନନ୍‌-ସିଟିଏସ୍‌ ଚେକ୍‌ବୁକ୍‌କୁ ସିଟିଏସ୍‌ ଚେକ୍‌ବୁକ୍‌କୁ ରିପ୍ଲେସ୍‌ କରି ନିଅନ୍ତୁ।

ସମ୍ବନ୍ଧିତ ଖବର