୨ ମାସ ଧରି ବିନା ପାସୱାର୍ଡରେ ଥିଲା ଷ୍ଟେଟ ବ୍ୟାଙ୍କର ସର୍ଭର ! ଲକ୍ଷ ଲକ୍ଷ ଜମାକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ସନ୍ଦେହ

ମୁମ୍ବାଇ : ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁମ୍ବାଇସ୍ଥିତ ସର୍ଭର ଏକ ନିର୍ଦ୍ଦିଷ୍ଟ ସମୟ ଯାଏଁ ବିନା ପାସୱାର୍ଡରେ ଥିଲା। ଯାହା ଫଳରେ ୨ ମାସ ଧରି କେହି ବି ଏଥିରେ ଥିବା ଜମାକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଜମାଖାତାର ତଥ୍ୟ ହାସଲ କରିବାରେ କୌଣସି ଅସୁବିଧା ନଥିଲା ବୋଲି ଆମେରିକାର ଏକ ୱେବସାଇଟ ଟେକ୍ ଫ୍ରେଞ୍ଚ କହିଛି। ଭାରତର ସବୁଠୁ ବଡ ବ୍ୟାଙ୍କ  ଡାଟା ଲିକ୍ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଷ୍ଟେଟ ବ୍ୟାଙ୍କର ସର୍ଭର ବିନା ପାସୱାର୍ଡରେ ଥିଲା । ଯାହା ଦ୍ୱାରା ଅନାୟସରେ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟାଙ୍କ ତଥ୍ୟ ହାସଲ କରାଯାଇପାରିବ ।  ଏହି ଡାଟା ସେଣ୍ଟରରେ ‘ଏସବିଆଇ କ୍ୱିକ’ରେ ୨ ମାସର ତଥ୍ୟ ରଖାଯାଇଥିଲା । ଏସବିଆଇ କ୍ୱିକ୍ ଏଭଳି ଏକ ବ୍ୟବସ୍ଥା ଯେଉଁଠି ଗ୍ରାହକଙ୍କୁ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମେସେଜ କିମ୍ବା କଲ ମାଧ୍ୟମରେ ସୂଚନା ଦିଆଯାଇଥାଏ । ତେବେ ଏହାର ସୁରକ୍ଷା ଉପରେ ଧ୍ୟାନ ନ ଦିଆଯିବା କାରଣରୁୁ ଏଥିରୁ ବେଶ ସହଜରେ ଡାଟା ହାସଲ କରାଯାଇପାରୁଛି ।

ରିପୋର୍ଟ ଅନୁଯାୟୀ, ଏହି ସର୍ଭର କେବେ ଠାରୁ ଏଭଳି ବିନା ପାସୱାର୍ଡରେ କାର୍ଯ୍ୟ କରୁଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଜଣେ ସିକ୍ୟୁରିଟି ରିସର୍ଚ୍ଚର ଷ୍ଟେଟ ବ୍ୟାଙ୍କର ଏହି ସର୍ଭର ବିନା ପାସୱାର୍ଡରେ ଥିବା ଜାଣିବା ପରେ ଟେକ ଫ୍ରେଞ୍ଚ ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ଏସବିଆଇ କ୍ୱିକରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରନ୍ତି ଗ୍ରାହକ । ଶେଷ ୫ଟି ଟ୍ରାଞ୍ଜାକସନ ସହ ଏଟିଏମ କାର୍ଡ ମଧ୍ୟ ଏହି ସର୍ଭରରୁ ବନ୍ଦ କରାଯାଇପାରିବ । ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟ ଉପରେ କୌଣସି ବୟାନ ଜାରି କରାଯାଇନାହିଁ । ଏହାଛଡା ଏହି ଖବର ସାମ୍ନାକୁ ଆସିବା ପରେ ରାତାରାତି ଏହି ଡାଟାବେସକୁ ପାସୱାର୍ଡ ଦେଇ ସୁରକ୍ଷିତ କରିଛି ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।

ସମ୍ବନ୍ଧିତ ଖବର