ସ୍ଥାୟୀ ଜମା ଉପରେ ସୁଧ ହାର ହ୍ରାସ କରିଛି ଏସ୍‌ବିଆଇ !

ନୂଆଦିଲ୍ଲୀ: ସ୍ଥାୟୀ ଜମା ଉପରେ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ସୁଧ ହାର ହ୍ରାସ କରିଛି । ବାର୍ଷିକ ୬.୭୫ ପ୍ରତିଶତ ବଦଳରେ ଜମାକାରୀଙ୍କୁ ୬.୫୦ ପ୍ରତିଶତ ହାରରେ ସୁଧ ମିଳିବ। ଗ୍ରାହକ ଯଦି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଟଙ୍କା ଜମା କରନ୍ତି ତେବେ ୬୭୫୦ ଟଙ୍କା ବଦଳରେ ୬୫୦୦ ଟଙ୍କା ମିଳିବ ।

ସୂଚନାଯୋଗ୍ୟ, ଏହି ନୂଆ ନିୟମ ଅକ୍ଟୋବର ୧ରୁ ଏହା ଲାଗୁ ହୋଇଛି । ଏକ କୋଟି ଟଙ୍କାରୁ କମ୍‌ ଜମା ଉପରେ ଏହି ନୂଆ ନିୟମ ଲାଗୁ ହୋଇଛି । ବରିଷ୍ଠ ନାଗରିକଙ୍କ ଜମା ଉପରେ ସୁଧ ହାର ୭.୨୫ରୁ ୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଗ୍ରାହକଙ୍କ ପାଇଁ ଆଧାର ସୁଧ ୯ ପ୍ରତିଶତରୁ ୮.୯୫କୁ ଖସାଇ ଦେଇଛି ଏସବିଆଇ ।

ନିକଟରେ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକରେ ଅଭିବୃଦ୍ଧି ହାର ହ୍ରାସ ପାଇବା ନେଇ ଆକଳନ କରିଛି । ଅଗଷ୍ଟ ମାସରେ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ପହଁଞ୍ଚିବ ବୋଲି ଆଶା ରଖିଥିଲା ଆରବିଆଇ । ମାତ୍ର ଦୁଇ ମାସ ମଧ୍ୟରେ ଏଥିରେ ମାତ୍ର ୬.୭ ପ୍ରତିଶତ ଅଭିବୃଦ୍ଧି ହାସଲ ରଖିଛି । ସେପଟେ ଉଭୟ ରିପୋ ରେଟ୍‌ ଓ ରିଭର୍ସ ରିପୋ ରେଟକୁ ଅପରିବର୍ତ୍ତୀତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

ସମ୍ବନ୍ଧିତ ଖବର