ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଗ୍ରାହକଙ୍କୁ ଏକ ନୂତନ ଜମା ଖାତା ଖୋଲିବାକୁ ଅନୁମତି ଦେଇଛି। ଏହି ଜମା ଖାତାରେ ଉପଭୋକ୍ତାଙ୍କୁ କୌଣସି ସର୍ବନିମ୍ନ ରାଶି ଜମା ରଖିବାକୁ ଆବଶ୍ୟକ ପଡ଼ିବ ନାହିଁ। ଏସ୍ବିଆଇ ଏହି ସୂଚନା ନିଜ େଓ୍ଵବସାଇଟ୍ରେ ଦେଇ କହିଛି, ଏହି ଜମା ଖାତା ମୁଖ୍ୟତଃ ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏପରି କରିବା ଦ୍ୱାରା ସେମାନେ ବିନା କୌଣସି ଚାପରେ ଟଙ୍କା ଜମା କରିବା ଆରମ୍ଭ କରିପାରିବେ। ଏହି ବ୍ୟାଙ୍କ ଖାତାକୁ ସେହିମାନେ ହିଁ ଖୋଲି ପାରିବେ ଯେଉଁମାନଙ୍କ ପାଖରେ ସଠିକ୍ କେଓ୍ଵାଇସି ଦସ୍ତାବିଜ ରହିଥିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ଉପଭୋକ୍ତା ଏସ୍ବିଆଇରେ ଚାଲୁ ରହିଥିବା ଜମା ଖାତାକୁ ବି ବେସିକ୍ ଜମା ଖାତାରେ ପରିବର୍ତ୍ତନ କରି ପାରିବେ। ଏପରି କରିବା ଦ୍ୱାରା ସେମାନେ ବିଭିନ୍ନ ଶୁଳ୍କ ଆଉ ପୈଠରୁ ଆଶ୍ୱସ୍ତି ପାଇବା ସହିତ ଜମା ଖାତାରେ ସର୍ବନିମ୍ନ ରାଶି ଜମା ରଖିବାକୁ ପଡ଼ିବ ନାହିଁ। ଏଥିପାଇଁ ବ୍ୟାଙ୍କ ଶାଖା ପ୍ରବନ୍ଧକଙ୍କୁ ଏକ ଲିଖିତ ଆବେଦନ କରିବାକୁ ପଡ଼ିବ। ତେବେ ସାଧାରଣ ଜମା ଖାତାରେ ଯେଉଁ ସବୁିଧା ମିଳେ ବେସିକ୍ ଜମା ଖାତାରେ ତାହା ଉପଲବ୍ଧ ନାହିଁ।
ଆସନ୍ତୁ ଜାଣିବା ବେସିକ୍ ଆକାଉଣ୍ଟର ବିଶେଷତା
୧. ବେସିକ୍ ଜମା ଖାତାରେ କୌଣସି ନ୍ୟୁନତମ ରାଶିର ଆବଶ୍ୟକତା ନାହିଁ। ଏହି ଜମା ଖାତାରେ ଜମା କରିବାର ରାଶିରେ କୌଣସି ସୀମା ରଖାଯାଇ ନାହିଁ।
୨. ସାଧାରଣ ଜମା ଖାତାରେ ଉପଭୋକ୍ତା ଯେତିକି ସୁଧ ପାଇଥାଆନ୍ତି, ବେସିକ୍ ଜମା ଖାତାରେ ବି ସେତିକି ସୁଧ ମିଳିବ।
୩. ଏସ୍ବିଆଇ ନିଜ େଓ୍ଵବସାଇଟ୍ରେ କହିଛି ଏହି ଜମା ଖାତା ଜରିଆରେ ମାସକୁ ଉପଭୋକ୍ତା ୪ଥର ଟଙ୍କା ଉଠାଇ ପାରିବେ। ଉପଭୋକ୍ତା ଟଙ୍କା ନେଣଦେଣ କରିବା ପାଇଁ ନିଜର ଜମାଖାତା ଥିବା ବ୍ୟାଙ୍କ ଏଟିଏମ୍ରୁ ହେଉ ଅବା ଅନ୍ୟ ବ୍ୟାଙ୍କ ତଥା ଆରଟିଜିଏସ/ଏନ୍ଇଏଫଟି/କ୍ଲିୟରିଂ/ବ୍ରାଞ୍ଚ କ୍ୟାସ ଉଇଥ୍ଡ୍ରୟାଲ୍/ ଟ୍ରାନ୍ସଫର/ ଇଣ୍ଟରନେଟ ଡେବିଟ ଓ ଇଏମ୍ଆଇ ବ୍ୟବହାର କରି ପାରିବେ। ଏହାପରେ ଗ୍ରାହକଙ୍କୁ ସେହି ମାସରେ ଆଉ ଡେବିଟ୍ ସବୁିଧା ମିଳିବ ନାହିଁ।
ସେବା କର
୧.ବେସିକ୍ ଜମାଖାତାଧାରୀଙ୍କୁ ଏଟିଏମ୍-କମ-ଡେବିଟ କାର୍ଡ ମାଗଣାରେ ମିଳିବ । ଏଥିପାଇଁ ବାର୍ଷିକ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
୨. ଏନ୍ଇଏଫଟି/ଆରଟିଜିଜିଏସ୍ ଭଳି ଇଲେକଟ୍ରୋନିକ୍ ନେଣନେଣ ଚାନେଲ ଜରିଆରେ ଟଙ୍କା ଜମା କଲେ ରସିଦ ଓ ଜମା ରାଶି ମାଗଣା ଅଟେ।
୩.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା କୌଣସି ଚେକ୍ ଓ ସଂଗ୍ରହ ମାଗଣା ଅଟେ।
୪.ନିଷ୍କ୍ରିୟ ଖାତାକୁ ସକ୍ରିୟ କରିବାରେ କୌଣସି ଚାର୍ଜ ଲାଗିବ ନାହିଁ।
୫.ଆକାଉଣ୍ଟ ବନ୍ଦ କରିବା ପାଇଁ ବି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ବେସିକ୍ ଜମାଖାତାଧାରୀଙ୍କ ପାଇଁ ରହିଛି କିଛି ସର୍ତ୍ତ
ବେସିକ୍ ଜମାଖାତାଧାରୀ ଏସ୍ବିଆଇରେ ଦ୍ୱିତୀୟ ଜମା ଖାତା ଖୋଲି ପାରିବେ ନାହିଁ। ସେହିପରି ଯେଉଁମାନଙ୍କର ପୂର୍ବରୁ ଏସ୍ବିଆଇରେ ଜମା ଖାତା ଅଛି ସେମାନେ ଏହାକୁ ୩୦ ଦିନ ମଧ୍ୟରେ ବନ୍ଦ କରି ବେସିକ୍ ସେଭିଂ ବ୍ୟାଙ୍କ୍