ଏସବିଆଇର ନୂଆ କାର ଲୋନ ଯୋଜନା : ଜିରୋ ଡାଉନପେମେଣ୍ଟ ସହ ମିଳୁଛି ଅନେକ ସୁବିଧା!

ନୂଆଦିଲ୍ଲୀ : ନୂଆ କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। କାରଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଆପଣ ଚାହୁଁଥିବା ଗାଡି କିଣିବାରେ ଏବେ ସାହାଯ୍ୟ କରିବ। ଏଥିପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନୂଆ କାର ଲୋନ ସ୍କିମ୍‌ ଆରମ୍ଭ କରିଛି। ଆସନ୍ତୁ ଜାଣିବା ଏହି ସ୍କିମ୍‌ରେ କ’ଣ ସବୁ ରହିଛି।

ଏହି ସ୍କିମରେ ଏସବିଆଇ ଆପଣଙ୍କୁ କମ ସୁଧ ହାରରେ ଲୋନ ଦେବା ସହ ଆହୁରି ଅନେକ ସୁବିଧା ଉପଲବ୍ଧ କରାଇବ। ଏଥିରେ ଜିରୋ ଫୋରକ୍ଲୋଜର ଚାର୍ଜ ସହ ଲମ୍ବା ସମୟ ପାଇଁ ଲୋନ ଦିଆଯିବାର ସୁବିଧା ସାମିଲ ଅଛି। ଏସବିଆଇ ତରଫରୁ ନିଜ ଟ୍ଵିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ଅନ-ରୋଡ ପ୍ରାଇସରେ ୯୦% ପର୍ଯ୍ୟନ୍ତ ଲୋନ ଦେବ। ଏହା ସହ ଲୋନ ପରିଶୋଧ କରିବା ପାଇଁ ଆପଣଙ୍କୁ ୮୪ ମାସର ସମୟ ମିଳିବ। ଏହି ଲୋନ ସ୍କିମ ମଲ୍‌ଟି ୟୁଟିଲିଟି ଯାନ ଏବଂ ସ୍ପୋର୍ଟସ ୟୁଟିଲିଟି ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ। ଏହି ସ୍କିମ ୨୧ ବର୍ଷରୁ ୬୫ ବର୍ଷୀୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ।

ଲୋନ କେବଳ ସେହି ଲୋକମାନେ ନେଇ ପାରିବେ ଯେଉଁମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବେ। ଏହା ସହ ସାର୍ବଜନୀନ କ୍ଷେତ୍ରର କମ୍ପାନୀ କିମ୍ବା ପ୍ରାଇଭେଟ କ୍ଷେତ୍ରରେ କୌଣସି ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିବା ଲୋକ ହିଁ ଏହି ଲୋନ ନେଇପାରିବେ। ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କର ଦରମା ୨.୫ ଲକ୍ଷ ଟଙ୍କାରୁ କମ ନହୋଇଥିବା ଆବଶ୍ୟକ। ଏହାଛଡା ପ୍ରେଫେସନାଲ, ବ୍ୟବସାୟୀ ଏବଂ ପାର୍ଟନରସିପ ଫର୍ମରେ ଏହି ଲୋନ ନୋଇପାରିବେ ଯାହାର ବାର୍ଷିକ ଆୟ ଏବଂ ନେଟ ପ୍ରୋଫିଟ ୪ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ। କୃଷି କ୍ଷେତ୍ରରେ କାମ କରୁଥିବା ଲୋକ ମଧ୍ୟ ଏହି ସ୍କିମର ଫାଇଦା ନେଇପାରିବେ।

ସମ୍ବନ୍ଧିତ ଖବର