ଡିଜିଟାଲ୍‌ ପେମେଣ୍ଟ୍‌ ପାଇଁ ଏସ୍‌ବିଆଇ ସହ ଓକେସିଏଲ୍‌ର ବୁଝାମଣା

ଭୁବନେଶ୍ୱର: ଓଡ଼ିଶା ନଲେଜ କର୍ପୋରେସନ୍‌ ଲିମିଟେଡ (ଓକେସିଏଲ୍‌) ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ମଧ୍ୟରେ ଡିଜିଟାଲ ପେମେଣ୍ଟ ସେବା ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ଓକେସିଏଲ୍‌ଠାରୁ ବିଭିନ୍ନ ସମୟରେ ପେମେଣ୍ଟ ପାଉଥିବା ସଂସ୍ଥା, କର୍ମଚାରୀଙ୍କ ଦରମା ଆଦି ଷ୍ଟେଟ ବ୍ୟାଙ୍କର ଇ-ପେମେଣ୍ଟ ମାଧ୍ୟରେ ହୋଇପାରିବ।ଏହି ଡିଜିଟାଲ ପେମେଣ୍ଟ ସେବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ଭି ଜି ଶର୍ମା ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ସିଜିଏମ୍‌ ପ୍ରବୀଣା କାଲା, ଓକେସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଂଜନ ପୃଥାଳ ଓ ଅନ୍ୟ କର୍ମକର୍ତାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଓକେସିଏଲ୍‌ର ଜୟଦେବ ବିହାରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର