ଏସ୍‌ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ମୁଖ୍ୟ ଶାଖାଠାରେ ପ୍ରପର୍ଟି ଏକ୍ସପୋ ୨୦୧୭ ‘ଆପ୍‌କା ଆପ୍‌ନା ଘର’କୁ ବ୍ୟାଙ୍କର ଏମ୍‌ଡି (ରିଟେଲ୍‌ ଏବଂ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ) ପି କେ ଗୁପ୍ତା ଉଦ୍‌ଘାଟନ କରିଛନ୍ତି। ରେରା, ଓଡ଼ିଶାର ଅଧ୍ୟକ୍ଷ ଅମୀୟ କୁମାର ମହାପାତ୍ର ଓ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ବି ଭି ଜି ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଏକ୍ସପୋରେ କ୍ରେଡାଇ, ରେରା, ଆଫୋର୍ଡ ଏବଂ ନାରେଡ୍‌କୋର ସ୍ୱୀକୃତିପ୍ରାପ୍ତ ନିର୍ମାତାମାନେ ସେମାନଙ୍କ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିଛନ୍ତି। ମେଳାରେ ପାଞ୍ଚ ଅଟୋ ଡିଲର ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହି ଏକ୍ସପୋରେ ୫୩୫ଟି ୧ବିଏଚ୍‌କେ, ୧୦୮୫ଟି ୨ବିଏଚ୍‌କେ ଏବଂ ୯୬୮ଟି ୩ ବିଏଚ୍‌୍‌କେ ପ୍ରଦର୍ଶିତ ହେଉଛି। ଏହି ମେଳାରେ ଗୃହ ଋଣ ଏବଂ କାର୍‌ ଋଣ ପ୍ରଦାନ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର