ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ, ଶସ୍ତା ହେବ ଗୃହ, ଯାନବାହାନ ଋଣ କିସ୍ତୀ

ମୁମ୍ବାଇ : ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) ୮.୪୫ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହା ୮.୫୦ ପ୍ରତିଶତ ଥିଲା । ସେହିପରି ଓଭରନାଇଟ ଏମସିଏଲଆର ୮.୧୫ ପ୍ରତିଶତରୁ ହ୍ରାସ ପାଇ ୮.୧୦ ପ୍ରତିଶତରେ ପହଞ୍ଚିଛି ।

ଏକ ମାସ ମିଆଦ ବିଶିଷ୍ଟ ଏମସିଏଲଆର ମଧ୍ୟ ୮.୧୫ ପ୍ରତିଶତରୁ ହ୍ରାସ ପାଇ ୮.୧୦ ପ୍ରତିଶତରେ ପହଞ୍ଚିଛି । ଏହା ମେ ୧୦ରୁ ଏହା ଲାଗୁ ହେବ । ଷ୍ଟେଟ ବ୍ୟାଙ୍କ ଦ୍ବାରା ଏମସିଏଲଆର ହ୍ରାସ କରାଯିବା ଦ୍ବାରା ଗୃହ,ଯାନବାହାନ ଋଣର ଇଏମଏଇ ଶସ୍ତା ହେବ । ଗତ ମାସରେ ମଧ୍ୟ ବ୍ୟାଙ୍କ ନିଜର ସୁଧହାର କମାଇଥିଲା । ଗତ ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ନିଜର ରେପୋ ହାର (ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି) ୨୫ ବେସିସ ପଏଣ୍ଟ ହ୍ରାସ କରି ୬ ପ୍ରତିଶତ କରିଥିଲା ।

ସମ୍ବନ୍ଧିତ ଖବର