ସ୍ଥାୟୀ ଜମା ଉପରେ ସୁଧହାର ହ୍ରାସ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

ମୁମ୍ବାଇ:  ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏବେ ବିଭିନ୍ନ ଘୋଷଣା କରୁଛି । ଋଣରେ ବାରମ୍ବାର ସୁଧହାର କମୁଥିବା ବେଳେ ଏବେ ସ୍ଥାୟୀ ଜମା ଉପରେ ବି ସୁଧ ହାର କମାଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ବରିଷ୍ଠ ନାଗରିକ, ସେମାନଙ୍କୁ ମିଳୁଥିବା କୋହଳକୁ ଉଠାଇ ନିଆଯାଇଥିବା ଜଣାପଡ଼ିଛି । ବର୍ଷକରୁ ଦୁଇ ବର୍ଷ ପାଇଁ ଜମା କରାଯାଇଥିବା ରାଶି ଉପରେ ୭ ପ୍ରତିଶତ ବଦଳରେ ଏବେ ୬.୯ ପ୍ରତିଶତ ହିସାବରେ ସୁଧ ମିଳିବ । ସେହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ସୁଧ ହାର ୩.୫ ରୁ ହ୍ରାସ କରି ୩.୨୫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଷ୍ଟେଟ ବ୍ୟାଙ୍କ ପରି ଦେଶର ଅନ୍ୟ ବ୍ୟାଙ୍କ ଗୁଡିକରେ ମଧ୍ୟ ସୁଧ ହାର ହ୍ରାସ କରାଯିବ । ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପରିବର୍ତ୍ତିତ ସୁଧ ହାର ଦେଶର ପ୍ରାୟ ୪ କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରିବ । ଏହି ନୂତନ ସୁଧହାର ଅକ୍ଟୋବର ୧୦ ତାରିଖ ଠାରୁ ଲାଗୁ ହୋଇଥିବା ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର