ଏସ୍‌ବିଆଇ ବିକ୍ରି କରୁଛି ସବୁଠାରୁ ଶସ୍ତା ସୁନା ! ନଭେମ୍ବର ୯ ଶେଷ ତାରିଖ

0 1,760

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି କିମ୍ବା କୌଣସି ପ୍ରକାର ଗୋଲ୍ଡ ବଣ୍ଡସ୍‌ ସ୍କିମ୍‌ରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଏସ୍‌ବିଆଇ ନିଜର ଗ୍ରାହକଙ୍କୁ ସବୁଠାରୁ ଶସ୍ତାରେ ସୁନା ଦେଉଛି। ଅର୍ଥାତ ଗୋଲ୍ଡ ବଣ୍ଡ ବିକ୍ରି କରୁଛି।

ସୂଚନାଯୋଗ୍ୟ, ସରକାର ଶସ୍ତା ସୁନାକୁ ବିକ୍ରି କରିବା ପାଇଁ ଏକ ସ୍କିମ୍‌ ଅାରମ୍ଭ କରିଛନ୍ତି। ସରକାରଙ୍କ ଏହି ଯୋଜନାକୁ ଗ୍ରାହକଙ୍କ ପାଖରେ ଏସ୍‌ବିଆଇ ଜରିଆରେ ପହଞ୍ଚା ଯାଉଛି। ସରକାରଙ୍କ ସହିତ ଏସ୍‌ବିଆଇ ତରଫରୁ ଜାରି ଏହି ସ୍କିମ୍‌ରେ ଆପଣ ଶସ୍ତା ସୁନା କିଣି ପାରିବେ।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ସରକାର ଏହି ସ୍କିମ୍‌ ଜରିଆରେ ସ୍ୱତନ୍ତ୍ର ପ୍ରକାର ବଣ୍ଡ ଜାରି କରିଛନ୍ତି। ଏଥିରେ ଟଙ୍କା ଜମା କଲେ ନିବେଶକଙ୍କୁ ୨.୫ ପ୍ରତିଶତ ଦରରେ ସୁଧ ମିଳିବ। ଏଥିରେ ଟଙ୍କା ଜମା କରିବାର ଫାଇଦା ହେଉଛି ନିବେଶକଙ୍କୁ କ୍ୟାପିଟଲ ଗେନ୍‌ ଟ୍ୟାକ୍ସରୁ ଛାଡ ମିଳିବ।

ଏସ୍‌ବିଆଇ ନିଜର ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛି କି, ନିବେଶକଙ୍କ ପାଖରେ ଗୋଲ୍ଡ ବଣ୍ଡରେ ନିବେଶ କରିବାର ଏହା ସୁବର୍ଣ୍ଣ ସୁଯୋଗ ରହିଛି। ଏହି ଯୋଜନାରେ ନିବେଶକ ନଭେମ୍ବର ୫ରୁ ୯ ତାରିଖ ଭିତରେ ବଣ୍ଡକୁ ସବ୍‌ସ୍କ୍ରାଇବ୍‌ କରି ପାରିବେ। ଏଥିସହିତ ଅନ୍‌ଲାଇନ୍‌ ବଣ୍ଡ ସବ୍‌ସ୍କ୍ରାଇବ୍‌ କରିବା କିମ୍ବା ଡିଜିଟାଲ ମୋଡରେ ପେମେଣ୍ଟ କଲେ ଗ୍ରାହକଙ୍କୁ ପ୍ରତି ଗ୍ରାମ୍‌ ଉପରେ ୫୦ଟଙ୍କାର ରିହାତି ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.