ଜାଣନ୍ତୁ କେଉଁଥିରେ ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) କଲେ ମିଳିବ ବେଶି ସୁବିଧା; ଷ୍ଟେଟ୍‌ ବ୍ୟାଙ୍କ୍‌ ନା ପୋଷ୍ଟ ଅଫିସ୍‌?

0 2,977

ନୂଆଦିଲ୍ଲୀ: ଅର୍ଥ ସଞ୍ଚୟ ତଥା ସୁଧ ଦୃଷ୍ଟିରୁ ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଏକ ଭଲ ଉପାୟ ବୋଲି ଆମେ ପ୍ରାୟ ସମେସ୍ତ ଜାଣନ୍ତି। ଏହି ସୁବିଧା ବ୍ୟାଙ୍କ୍‌ ଆଉ ପୋଷ୍ଟ୍‍ ଅଫିସ୍‌ ଉଭୟ ପ୍ରଦାନ କରିଥାନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ବ୍ୟାଙ୍କ୍‌ ଆଉ ପୋଷ୍ଟ ଅଫିସ୍‌ ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ଫଳପ୍ରଦ ତେବେ ଏ ଖବର ଆପଣଙ୍କ କାମରେ ନିଶ୍ଚୟ ଲାଗିବ।

ପୋଷ୍ଟ୍‍ ଅଫିସ୍‌ ଫିକ୍ସ ଟର୍ମ ଡିପୋଜିଟ୍‌ ଇଣ୍ଟରେଷ୍ଟ୍‍ ରେଟ୍‌: ଭାରତୀୟ ଡାକଘର ବା ପୋଷ୍ଟ୍‍ ଅଫିସ୍‌ରେ ପୁଞ୍ଜିକାରୀ ଚାହିଁଲେ ବ୍ୟକ୍ତିଗତ କିମ୍ବା ଯୁଗ୍ମ ଫିକ୍ସ ଡିପୋଜିଟ୍‌ ଖୋଲି ପାରନ୍ତି। ନିବେସକ ଏଥିପାଇଁ ଇଣ୍ଡିଆ ପୋଷ୍ଟ୍‍ େଓ୍ଵବ୍‌ସାଇଟ୍‌କୁ ଯାଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିପାରିବେ। ଯଦି ଆକାଉଣ୍ଟ୍‌ ଏକ ବର୍ଷର ହୋଇଥାଏ ତେବେ ପୋଷ୍ଟ୍‍ ଅଫିସ୍‌ ପକ୍ଷରୁ ସୁଧ ମିଳିବ ୬.୬୦%। ସେହିପରି ଦୁଇ ବର୍ଷର ହୋଇଥିଲେ ୬.୭୦%, ତିନି ବର୍ଷର ହୋଇଥିଲେ ୬.୯୦% ଏବଂ ୫ ବର୍ଷ ହୋଇଥିଲେ ୬.୪୦% ସୁଧ ମିଳିବ।

ଏସ୍‌ବିଆଇ ଫିକ୍ସ ଡିପୋଜିଟ୍‌: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ୨୦୧୮ ମସିହା ମାର୍ଚରେ ପ୍ରକ୍ରିୟାରେ କିଛିଟା ଶଂସୋଧନ ଆଣିଛି। ସଂଶୋଧିତ ନିୟମ ମୁତାବିକ ୧୦ ବର୍ଷ ମଧ୍ୟରେ ୧ କୋଟିରୁ କମ୍‌ ଟଙ୍କା ଜମା ଉପରେ ଏସ୍‌ବିଆଇ ସୁଧ ହାର ୫.୭୫ରୁ ୬.୭୫କୁ ଦର ବୃଦ୍ଧି କରିଛି। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଦର ତଦୃର୍ଧ ରହିଛି। ଏସ୍‌ବିଆଇର ନିୟମ ମୁତାବକ ୭ ରୁ ୪୫ ଦିନ ପର୍ଯ୍ୟନ୍ତ ସୁଧ ଦର ୫.୭୫% ହେବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୬.୨୫%, ୪୬ ଦିନରୁ ୧୭୮ ଦିନ ପର୍ଯ୍ୟନ୍ତ ୬.୨୫ ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୬.୭୫%, ୧୮୦ରୁ ୨୧୦ ଦିନ ପର୍ଯ୍ୟନ୍ତ ସୁଧ ଦର ୬.୩୫% ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୬.୮୫%, ୨୧୧ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ ସୁଧ ୬.୪% ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୬.୯%, ୧ ବର୍ଷରୁ ୨ ବର୍ଷ ମଧ୍ୟରେ ସୁଧ ୬.୪% ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୬.୯%, ୨ ବର୍ଷରୁ ୩ ବର୍ଷ ମଧ୍ୟରେ ସୁଧ ୬.୬% ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୭.୧% ଏବଂ ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ସୁଧ ୬.୭୫% ଥିବା ବେଳେ ବିରିଷ୍ଠ ନାଗରିକଙ୍କ ସକାଶେ ୭.୨୫% ସୁଧ ଦର ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.