ଆଜିଠାରୁ ଆରମ୍ଭ ହେଉଛି ଏସବିଆଇ ୟୋନୋ ସପିଙ୍ଗ୍‌ ଫେଷ୍ଟିଭାଲ, ମିଳୁଛି ଆକର୍ଷଣୀୟ ରିହାତି

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ଡିଜିଟାଲ ସେବା ପ୍ଲାଟଫର୍ମ ୟୋନୋ(ୟୁ ଓନଲି ନିଡ୍‌ ୱାନ) ଆପ୍‌ ୟୋନୋ ସପିଙ୍ଗ ଫେଷ୍ଟିଭାଲର ଶୁଭାରମ୍ଭ କରିଛି। ଏହା ଆଜିଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସେବା ଆରମ୍ଭ ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସପିଙ୍ଗ ଫେଷ୍ଟିଭାଲର ଶୁଭାରମ୍ଭ କରିଥିବା ଦେଶର ପ୍ରଥମ ବ୍ୟାଙ୍କ ଭାବେ ପରିଣତ ହୋଇଛି । ସପିଙ୍ଗ ଫେଷ୍ଟିଭାଲ ପାଇଁ ଚଳିତ ପାର୍ବଣ ଋତୁରେ ୧୪ଟି ଇ-ବ୍ୟବସାୟିକ କମ୍ପାନୀ ସର୍ବୋଉକୃଷ୍ଟ ତଥା ନୂତନ ଆକର୍ଷଣୀୟ ସମଗ୍ର ବଜାରକୁ ଆଣିଛନ୍ତି । ଏଥି ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଆକର୍ଷଣୀୟ ଋଣ ସହାୟତା ପ୍ରଦାନ କରିବ। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ଇଲେକଟ୍ରୋନିକ୍‌ସ, ଫେସନ, ଉପହାର, ଅଳଙ୍କାର, ଆସବାବପତ୍ର, ଗସ୍ତ, ଆତିଥ୍ୟ ଆଦି ଅନେକ ଦ୍ରବ୍ୟ ରହିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ସପିଙ୍ଗ ପାଇଁ ଆମାଜନ, ଜାବଙ୍ଗ, ମିନ୍ତ୍ରା, କଲ୍ୟାଣ କାର୍ଟାଲେନ, ପିସିଜେ, ପେପର ଫ୍ରାଏ, ଓୱାଇଓ, ଟାଟା କ୍ଲିକ୍‌, ଯାତ୍ରା, ଏଜ ମାଇଁ ଟ୍ରିପ, ଫାଷ୍ଟକ୍ରାଏ, ଆଇଜିପି, ଫର୍ଣ୍ଣସ ଏଣ୍ଡ ପେଟାଲସ ଆଦି କମ୍ପାନୀ ସହ ବୁଝାମଣା କରିଛି। ଏହି କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ମନପସନ୍ଦ ପାର୍ବଣ କ୍ରୟରେ ସହଯୋଗ କରିବେ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ସମସ୍ତ କ୍ରେଡ଼ିଟ ଓ ଡେବିଟ କାର୍ଡ଼ ଧାରଣ କରିଥିବା ଗ୍ରାହକ କମ୍ପାନୀର ରିହାତି ପରେ ଅତିରିକ୍ତ ୧୦ପ୍ରତିଶତ ବ୍ୟବସାୟିକ ସୁବିଧା ପାଇପାରିବେ। ଦେଶର ଆପ୍‌ ଷ୍ଟୋର ଓ ପ୍ଲେ ଷ୍ଟୋରର ଅଗ୍ରଣୀ ୫ଟି ଆର୍ଥିକ ଆପ ମଧ୍ୟରେ ଏସବିଆଇ ୟୋନୋ ରହିଛି। ୟୋନୋ ଅଦ୍ୟାବଧି ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ସହଭାଗିତା ହୋଇ ସହଜ ସମସ୍ୟା ମୁକ୍ତ ବ୍ୟାକିଙ୍ଗ ସୁବିଧା ସହ ଗ୍ରାହକଙ୍କ ଜୀବନ ଶୈଳୀର ଏକ ସୁନ୍ଦର ଅନୁଭବ ପ୍ରଦାନ କରି ଆସିଛି। ୟୋନୋର ଶୁଭାରମ୍ଭ ଗତ ବର୍ଷ ହୋଇଛି । ଏହି ପରିପ୍ରେକ୍ଷୀରେ ୟୋନୋର ଦୈନିକ ୨୫୦୦୦ ଗ୍ରାହକ ହୋଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇ ଚାଲିଛି ।

ସମ୍ବନ୍ଧିତ ଖବର