କାର୍‌ ଓ ଦୁଇଚକିଆ ଗାଡ଼ି ବୀମା ନିୟମରେ ବଡ଼ ପରିବର୍ତ୍ତନ, ଆପଣଙ୍କୁ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ପ୍ରତି ନୂଆ କାରର ତିନିବର୍ଷର ଥାର୍ଡ ପାର୍ଟି ବିମା ହେବା ଆବଶ୍ୟକ ଓ ପ୍ରତ୍ୟେକ ନୂଆ ଦୁଇ ଚକିଆ ଗାଡ଼ିର ପାଞ୍ଚ ବର୍ଷର ଥାର୍ଡ ପାର୍ଟି ଲାୟବିଲିଟି ବିମା ହେବା ଦରକାର। ଏଯାବତ୍‌ ନୂଆକାର ଓ ଦୁଇଚକିଆ ଗାଡ଼ିର ଥାର୍ଡ ପାର୍ଟି ଇନ୍‌ସୁରାନ୍ସ କରାଯାଇ ନଥାଏ। ଯେଉଁଥିପାଇଁ ବିନା ଥାର୍ଡ ପାର୍ଟି ଇନ୍ସସୁରାନ୍ସକାରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଉଚିତ ଟଙ୍କା ମିଳି ନଥାଏ।

ପଲିସି ବଜାର ହଟ କମ୍‌ର ଜେନେରାଲ ଇନ୍‌ସୁରାନ୍ସର ମୁଖ୍ୟ ବିଜେନେସ୍‌ ଅଫିସର ତରୁଣ ମାଥୁରଙ୍କ କହିବାନୁସାରେ, ବିମା ବିନା ଚଳାଉଥିବା ଗାଡ଼ି ସଂଖ୍ୟାକୁ କମ୍‌ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି। ଏବେ ଲଙ୍ଗ ଟର୍ମ ପଲିସି କେବଳ ଦୁଇ ଚକିଆ ଗାଡ଼ି ପାଇଁ ଉପଳବ୍ଧ ରହିଛି। ଏହା ବି ଅତିବେଶୀରେ ତିନିବର୍ଷ ପାଇଁ ରହିଛି। ଏଥିପାଇଁ ପ୍ରତ୍ୟେକ ବିମା କମ୍ପାନିଙ୍କୁ ଭରତର ବିମା ନିୟାମକ ଓ ବିକାଶ ପ୍ରାଧିକରଣରୁ ଅନୁମୋଦନ ପ୍ରାପ୍ତ କରିବା ପରେ ବର୍ତ୍ତମାନ ଆବଶ୍ୟକ ଅନୁଯାୟୀ ପଲିସି ବାହାର କରିବାକୁ ପଡ଼ିବ। ଏଣିକି ଗ୍ରାହକଙ୍କୁ ପ୍ରତିବର୍ଷ ଥର୍ଡ ପାର୍ଟି ଇନ୍‌ସୁରାନ୍ସର ପଲିସି ରିନ୍ୟୁ କରିବାର ଚିନ୍ତା କରିବାକୁ ପଡ଼ିବ ନାହିଁ। ଗ୍ରାହକଙ୍କୁ ଥାର୍ଡ ପାର୍ଟି ଇନ୍‌ସୁରାନ୍ସର ପ୍ରିମିୟମ ଚାଲୁଥିବା ବର୍ଷ ଆଧାରରେ ହିଁ ଦେବାକୁ ପଡ଼ିବ। ଏହି ଅଧ୍ୟାଦେଶ ସେପ୍ଟେମ୍ବର ୧ରୁ ଲାଗୁ ହେବ, କ୍ଲେମ୍‌ର ମାମଲାରେ ବି ଲଙ୍ଗ ଟର୍ମ ପଲିସିରେ ରିନ୍ୟୁ କରିବା ଦ୍ୱାରା ନୋ କ୍ଲେମ୍‌ ଓ୍ଵାନସ୍‌(ଏନ୍‌ସିବି) ମିଳି ପାରିବ। ସେହିପରି ଚାରି ଚକିଆ ଗାଡ଼ି ପାଇଁ ଏକମାତ୍ର ବିକଳ୍ପ ଏକ ବର୍ଷର ପଲିସି ରହିଛି।

ସମ୍ବନ୍ଧିତ ଖବର