ଏସ୍‌ଡିଆଇ ଭୁବନେଶ୍ୱରର ଦକ୍ଷତା ବିକାଶ କର୍ମଶାଳା

0 6

ଭୁବନେଶ୍ୱର: ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ (ଏସ୍‌ଡିଆଇ) ଭୁବନେଶ୍ୱର ପକ୍ଷରୁ ତାଳଚେରଠାରେ ଏକ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରାଯାଇଛି। ଏହି ଛଅ ଦିନିଆ କର୍ମଶାଳାକୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଜେପିର ଜିଏସ୍‌ ସମ୍ପାଦକ କାଳନ୍ଦୀ ସାମଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏସ୍‌ଡିଆଇ ପକ୍ଷରୁ ରାଜେଶ ତ୍ରୀପାଠି, ଅରୁଣ ପ୍ରଧାନ ଓ ଟାଇମସ୍‌ ଲର୍ଣ୍ଣିଂର ବ୍ରିଜେଶ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ କ୍ୟାରିୟର ଯୋଜନା ପ୍ରସ୍ତୁତ କରିବା, ସାକ୍ଷାତକାରକୁ ସାମ୍ନା କରିବା, ଯୋଗାଯୋଗ, ଚାକିରି ସନ୍ଧାନ ଓ ବ୍ୟକ୍ତିତ୍ୱ ବିକାଶ ଆଦି ଉପରେ ତାଲିମ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.