ମାର୍ଚ ସୁଦ୍ଧା ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ

ଭୁବନେଶ୍ୱର: ଓଡ଼ିଶାରେ ୨ୟ ପର୍ଯ୍ୟାୟ ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ ଆସନ୍ତା ମାର୍ଚ୍ଚ ସୁଦ୍ଧା ଚୂଡାନ୍ତ ହେବା ସମ୍ଭାବନା ରହିଛି। ପୂର୍ବରୁ ଏହା ଆସନ୍ତା ଜାନୁଆରି ସୁଦ୍ଧା ଚୂଡ଼ାନ୍ତ ହେବାର ଥିଲା। ୨୦୧୭-୨୨ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟ ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ ଓଡ଼ିଶାରେ ୨୦୧୦-୧୫ରେ କାର୍ଯ୍ୟକାରୀ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୮ ହଜାର କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି ବୋଲି ଚିଠା ଜଳବାୟୁ ପରିବର୍ତନ ପ୍ରସ୍ତାବରେ ଉଲ୍ଲେଖ ରହିଛି। ଜଳବାୟୁ ପରିବର୍ତନ ପରାମର୍ଶଦାତା ସଂସ୍ଥା ସିଟ୍ରାନ୍‌ କନ୍‌ସଲ୍‌ଟିଂ ପକ୍ଷରୁ ଆଜି ଆୟୋଜିତ ଓଡ଼ିଶାରେ ଜଳବାୟୁ ନିବେଶ ଶୀର୍ଷକ କର୍ମଶାଳାରୁ ଏହା ଜଣାପଡ଼ିଛି। କର୍ମଶାଳାରେ ସିଟ୍ରାନ ମୁଖ୍ୟ ଅଶୋକ ସିଂହ କହିଛନ୍ତି ଯେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିବାବେଳେ ଏହାର ମନିଟରିଂ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ‘ସିଟ୍ରାନ’ର ୧୦ ବର୍ଷ ପୂର୍ତି ଅବସରରେ ଅନୁଷ୍ଠିତ ଏହି କର୍ମଶାଳାରେ ବରିଷ୍ଠ ସରକାରୀ ଅଧିକାରୀ, ବିଶେଷଜ୍ଞ, ଓୟୁଏଟିର କୁଳପତି ସୁରେନ୍ଦ୍ରନାଥ ପଶୁପାଳକ, ବେସିକ୍ସ ଗ୍ରୁପ ସିଇଓ ଡଃ ସତିୟା, ସିଟ୍ରାନ ସଭାପତି ଡଃ ପ୍ରଫେସର ରୁନା ସରକାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର