ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍ର କେନ୍ଦ୍ରୀୟ ମାର୍କେଟିଂ ସଂଗଠନ (ସିଏମ୍ଓ) ଭୁବନେଶ୍ବର ଶାଖା ବିକ୍ରି କାର୍ଯ୍ୟାଳୟ ପକ୍ଷରୁ ଅଗ୍ରଣୀ ଗ୍ରାହକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ବି କେ ଦାଶ, ଶାଖା ପ୍ରବନ୍ଧକ ଜେ ଏନ୍ କର ଓ ଓୟାରହାଉସ୍ ମ୍ୟାନେଜର ଏସ୍ ମହାନ୍ତି ଉପସ୍ଥିତ ଥିଲେ। ନିକଟରେ ସେଲ୍ ପକ୍ଷରୁ ୮ଏମ୍ଏମ୍ରୁ ୨୦ ଏମ୍ଏମ୍ ବର୍ଗର ନୂଆ ଟିଏମ୍ଟି ବାର୍ ‘ସେଲ୍ ସିକ୍ୟୁର୍’କୁ ଉନ୍ମୋଚନ କରାଯାଇଥିଲା।