କଂପାନିର ବରିଷ୍ଠ ଅଧିକାରୀଙ୍କ ‘ଜ୍ୟୋତି ସୁଜୁକି’ ପରିଦର୍ଶନ

ଭୁବନେଶ୍ୱର: ସୁଜୁକି ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମ୍ୟାନେଜର(ସର୍ଭିସ) ୟୁକିଓ ସାତୋ ଓ ଡିଜିଏସ୍‌ ବିପୁଲ ଗୋୟଲ କମ୍ପାନିର ଅଧୀକୃତ ବିକ୍ରେତା ଜ୍ୟୋତି ସୁଜୁକି ପରିଦର୍ଶନ କରିଛନ୍ତି। ସୋରୁମ୍‌ ପରିଦର୍ଶନ ଅବସରରେ ବରିଷ୍ଠ ଅଧିକାରୀ ଦ୍ୱୟ ନୂଆକରି ବଜାରକୁ ଆସିଥିବା ସୁଜୁକି ଇନ୍‌ଟ୍ରୁଡର୍‌ ୧୫୦ର ପ୍ରଥମ ୯ ଜଣ ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଜ୍ୟୋତି ସୁଜୁକିର ବିକ୍ରି ପ୍ରବନ୍ଧକ ଅଂଶୁମାନ ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ଏହି ବର୍ଗରେ ସୁଜୁକି ଇନ୍‌ଟ୍ରୁଡର ହେଉଛି ପ୍ରଥମ କ୍ରୁଜର ବାଇକ୍‌। ଏଥିରେ ଚାଳକଙ୍କୁ ଆରାମଦାୟକ ଗାଡ଼ି ଚାଳନାର ଆନନ୍ଦ ମିଳିଥାଏ। ଉକ୍ତ ଗାଡ଼ିର ଅନରୋଡ୍‌ ମୂଲ୍ୟ ୧,୧୩,୫୫୮ ଟଙ୍କା ରହିଛି।

ସମ୍ବନ୍ଧିତ ଖବର