ସେନସେକ୍ସ ୩୯ ହଜାର ଟପିଲା:

ମୁମ୍ବାଇ: ଷ୍ଟକ ମାର୍କେଟରେ ଉତ୍ସାହ ଜାରି ରହିଛି। ଗତକାଲି ପ୍ରଥମ ଥର ପାଇଁ ସେନସେକ୍ସ ଦିନର କାରବାର ମଝିରେ ୩୯ ହଜାର ପଏଣ୍ଟ ଟପିଥିବାବେଳେପ୍ରଥମ ଥର ପାଇଁ ୩୯ ହଜାର ପଏଣ୍ଟ ଉପରେ ଅର୍ଥାତ୍ ୩୯,୦୫୭ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲିର ଶେଷ କାରବାର ତୁଳନାରେ ଆଜି ସେନସେକ୍ସରେ ୧୮୫ ପଏଣ୍ଟର ବୃଦ୍ଧି ଦେଖାଦେଇଛି। ସେହିଭଳି ନିଫ୍ଟି ୪୪ ପଏଣ୍ଟ ବୃଦ୍ଧି ଘଟି ୧୧,୭୧୩ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶର ଷ୍ଟକ ମାର୍କେଟରେ ଉତ୍ସାହ ଲାଗି ରହିବା ସହିତ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ପକ୍ଷରୁ ଆଜି ଆରମ୍ଭ ହୋଇଥିବା ସମୀକ୍ଷା ବୈଠକ ନିବେଶକଙ୍କ ମନରେ ଉତ୍ସାହ ଭରିଛି। ମୁଦ୍ରାନୀତି କମିଟିର ବୈଠକର ଫଳାଫଳ ଆସନ୍ତା ଗୁରୁବାର ଘୋଷଣା ହେବ। କମିଟି କ୍ରମାଗତଭାବେ ଦ୍ବିତୀୟ ଥର ପାଇଁ ରେପୋ ହାରକୁ ହ୍ରାସ କରିବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର