ସେନସେକ୍ସ ପ୍ରଥମ ଥର ପାଇଁ ୩୫ ହଜାର ପଏଣ୍ଟ ଟପିଲା

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରଥମ ଥର ପାଇଁ ୩୫ ହଜାର ପଏଣ୍ଟ ଟପିଯାଇଛି । ବୁଧବାରଦିନ ଏହା ପ୍ରାୟ ୩୧୦ ପଏଣ୍ଟ ବୃଦ୍ଧି ପାଇ ୩୫୦୮୧.୮୨ ପଏଣ୍ଟରେ ବନ୍ଦ ହୋଇଛି । ସେହପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିପଟୀ ୮୮.୧୦ ପଏଣ୍ଟ ବୃଦ୍ଧି ପାଇ ୧୦୭୮୮.୫୫ ପଏଣ୍ଟରେ ବନ୍ଦ ହୋଇଛି ।

ଅର୍ଥନୀତିରେ ଉନ୍ନତିର କେତେକ ଲକ୍ଷଣ ମଧ୍ୟରେ ନିବେଶକଙ୍କ ମଧ୍ୟରେ ଏହି ଉତ୍ସାହ ଫେରିଛି ।  ସରକାରଙ୍କ ଦ୍ୱାରା ଋଣ ଆବଶ୍ୟକତା କମିଛି । ଚଳିତ ଆର୍ଥିକ ବର୍ଷରେ  ପ୍ରାୟ ୫୦ ହଜାର କୋଟିଟଙ୍କା ଅତିରିକ୍ତ ଋଣ କରିବାକୁ ସରକାର ପୂର୍ବରୁ ଅଟକଳ କରିଥିବାବେଳେ ଏବେ ତାହାକୁ କମାଇ ୨୦ ହଜାର କୋଟି କରିଛନ୍ତି ।  ଗତ ବଜେଟରେ ସରକାର ଘୋଷଣା କରିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ ବଜାରରୁ  ୫.୮ ଲକ୍ଷ କୋଟି ଟଙ୍କାର ଋଣ କରାଯିବ । ଏହି ୨୦ ହଜାର ଅତିରିକ୍ତ ଋଣ ସହ ସରକାରଙ୍କ ମୋଟ ବଜାର ଋଣ ୬ ଲକ୍ଷ କୋଟି ହେବ ।

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଦେଶର ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ୧୮.୭ ପ୍ରତିଶତ ବୃଦ୍ଧି ପାଇ ୬.୮୯ ଲକ୍ଷ କୋଟିରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର