କ୍ରମାଗତ ୫ମ ଦିନ ପାଇଁ ଷ୍ଟକ ବଜାରରେ ହ୍ରାସ, ନିବେଶକଙ୍କ କ୍ଷତି ୮.୪୭ ଲକ୍ଷ କୋଟି

ମୁମ୍ବାଇ : ସୋମବାରଦିନ ମଧ୍ୟ ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୫୩୬.୫୮ ପଏଣ୍ଟ ହ୍ରାସ ପାଇ ୩୬,୩୦୫.୦୨ ପଏଣ୍ଟରେ ବନ୍ଦ ହୋଇଛି । ଦିନରେ ସେନସେକ୍ସ ସର୍ବାଧିକ ୬୨୪ ପଏଣ୍ଟ ହ୍ରାସ ପାଇ ୩୬,୨୧୬ ପଏଣ୍ଟ ପର୍ଯ୍ୟନ୍ତ କମିଯାଇଥିଲା । ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୧୧ ହଜାର ପଏଣ୍ଟ ତଳକୁ ଖସିଯାଇଛି ।  ଆଜିର ହ୍ରାସ ସହ  କ୍ରମାଗତଭାରେ ଗତ ୫ ଦିନ (ଶନିବାର ଓ ରବିବାରକୁ ଛାଡି)  ଧରି  ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହା ଫଳରେ ନିବେଶକମାନେ ପ୍ରାୟ ୮.୪୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହରାଇସାରିଲେଣି । 

 

ସମ୍ବନ୍ଧିତ ଖବର