ପ୍ରଥମ ଥର ଲାଗି ସେନ୍‌ସେକ୍ସ୍‍ ଛୁଇଁଲା ୩୮, ୦୦୦ ମାର୍କ; ନିଫ୍‌ଟି ଟପିଲା ୧୧, ୪୯୫

ମୁମ୍ବାଇ: ଘରୋଇ ଏବଂ ବିଦେଶୀ ଆନୁଷ୍ଠାନିକ ନିବେଶକାରୀ ବ୍ୟାପକ ଭାବେ ବ୍ୟାଙ୍କିଙ୍ଗ୍‌, ଏନର୍ଜି ଏବଂ ପିଏସ୍‌ୟୁ ଷ୍ଟକ୍‌ ଖରିଦ କରିବାରୁ ଗୁରୁବାର ଦିନ ପ୍ରଥମ ଥର ଲାଗି ବିଏସ୍‌ଇର ସେନ୍‌ସେକ୍ସ୍‍ ୩୮. ୦୦୦ ଲେବଲ୍‌ ଛୁଇଁଛି।

ବ୍ରୋଡର୍‌ ଏନ୍‌ଏସ୍‌ଇ ନିଫ୍‌ଟି ମଧ୍ୟ ୧୧, ୪୯୫. ୨୦ରେ ପହଞ୍ଚିଛି।

ଗୁରୁବାର ସହଳ ବାଣିଜ୍ୟରେ ୩୦-ସେୟାର୍‌ ସେନ୍‌ସେକ୍ସ ୧୬୨. ୫୬ ପଏଣ୍ଟ୍‌ରୁ (୦. ୪୨%) ୩୮, ୦୫୦, ୧୨ରେ ପହଞ୍ଚି ବୁଧବାର ଦିନର ୩୭, ୯୩୧. ୪୨ ରେକର୍ଡ ଭାଙ୍ଗିଛି।

ବ୍ୟାଙ୍କିଙ୍ଗ୍‌, ତୈଳ ଓ ପ୍ରାକୃତିକ ବାଷ୍ପ, ପିଏସ୍‌ୟୁ, ରିଅଲ୍‌ଟି, ହେଲଥ୍‌କେୟାର୍‌, ଆଇଟି, ଟେକ୍‌, ମେଟାଲ୍‌, ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌, କ୍ୟାପିଟାଲ୍‌ ଗୁଡ୍‌ସ୍‌, ଏଫ୍‌ଏମ୍‌ସିଜି, ପାଓ୍ଵାର୍‌ ଏବଂ ଅଟୋ ଷ୍ଟକ୍‌ ଆଦି ସୂଚକାଙ୍କ ବୃଦ୍ଧି କରାଇବାରେ ସହାୟକ ହୋଇଛି।

ସମୀକ୍ଷାକାରୀମାନେ କହୁଛନ୍ତି ଯେ ବିଦେଶୀ ଏବଂ ଘରୋଇ ପ୍ରତିଷ୍ଠାନ ନିବେଶକାରୀମାନେ ଖରିଦ କରୁଥିବାରୁ ବଜାରରେ ଷ୍ଟ୍ରଙ୍ଗ୍‌ ଲିକ୍ୟୁଡିଟି ସୃଷ୍ଟି ହୋଇ କ୍ୟୁ୧ ଆୟକୁ ଉତ୍ସାହ ଦେଉଛି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏସୀୟ ସେୟାର୍‌ ସବୁ ପ୍ରାଥମିକ ବାଣିଜ୍ୟରେ ସାମିଲ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର