ସେପ୍ଟେମ୍ବର ୨୮ରେ ଦୋକାନ ବଜାର ବନ୍ଦ ରହିବ

ନୂଆଦିଲ୍ଲୀ: ଆସନ୍ତାମାସ ୨୮ ତାରିଖରେ ଦେଶବ୍ୟାପୀ ଦୋକାନ ବଜାର ବନ୍ଦ ରହିବ। ଭାରତର ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଭାରତର ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ ଆମେରିକାର ଓ୍ଵାଲମାର୍ଟ କରିଥିବା ଅଧିଗ୍ରହଣକୁ ତୀବ୍ର ବିରୋଧ କରି ଆସୁଥିବା ସିଏଆଇଟି ଏହି ବନ୍ଦ ଡାକରା ଦେଇଛି। ସିଏଆଇଟିର ସେକ୍ରେଟାରି ଜେନେରାଲ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଏହି ଅଧିଗ୍ରହଣ ଯୋଗୁ ସରକାରଙ୍କ ୨୦୧୬ ମସିହାର ପ୍ରେସ୍‌ ନୋଟ୍‌ ୩ ଉଲ୍ଲଂଘନ ହୋଇଛି। ଇ-କମର୍ସ ବାଟ ଦେଇ ଭାରତର ଖୁଚୁରା ବାଣିଜ୍ୟକୁ ନିୟନ୍ତ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖାଯାଇଛି। ସିଏଆଇଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଓ୍ଵାଲମାର୍ଟ-ଫ୍ଲିପକାର୍ଟ ଚୁକ୍ତିକୁ ବିରୋଧ କରି ସେପ୍ଟେମ୍ବର ୧୫ରେ ଦେଶବ୍ୟାପୀ ରଥଯାତ୍ରା ଆରମ୍ଭ କରାଯିବ। ବ୍ୟବସାୟୀମାନଙ୍କ ପାଇଁ ପାତରଅନ୍ତର କରାଯାଉଥିବାରୁ ଏହାର ପ୍ରତିବାଦରେ ଆସନ୍ତା ଡିସେମ୍ବର ୧୬ ତାରିଖରେ ଏକ ମେଗା ର‍୍ୟାଲି ନୂଆଦିଲ୍ଲୀରେ କରାଯିବ ବୋଲି ଶ୍ରୀ ଖଣ୍ଡେଲଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର