ନୂଆଦିଲ୍ଲୀ: ଆପଣ ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହାନ୍ତି, ତେବେ ଆଜି ହିଁ ସୁଯୋଗ ଆସିଛି। ବିକ୍ରମ ସମ୍ବତ ୨୦୭୪ ପାଇଁ ଆଜି ଶୁଭ ମୂହୁର୍ତ୍ତ। କାରଣ ଦୀପାବଳିରେ କୌଣସି ବ୍ୟବସାୟ ଆରମ୍ଭ କଲେ ବର୍ଷ ସାରା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନରେ ସେୟାର ବଜାରରେ ନିବେଶ କଲେ ପୂରା ସମୃଦ୍ଧି ଆସିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବତ ୨୦୭୪ ପାଇଁ ଶୁଭ ମୂହୁର୍ତ୍ତ ହେଉଛି ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୭ଟା ୩୦ ପର୍ଯ୍ୟନ୍ତ ଶେଷ ହେବ। ଏହି ସମୟରେ ଷ୍ଟକ ମାର୍କେଟ ସହିତ କମେଡିଟି ମାର୍କେଟରେ ମୂହୁର୍ତ୍ତ ଟ୍ରେଡିଂ ହୋଇଥାଏ। ମୂହୁର୍ତ୍ତ ଟ୍ରେଡିଂର ପ୍ରି-ଓପନିଂ ସୟମ ସନ୍ଧ୍ୟା ୬ଟା ୩୦ମିନିଟ। ମୂହୁର୍ତ୍ତ ଟ୍ରେଡିଂ ପ୍ରତିକାତ୍ମକ ରୂପ ଭାବରେ ନିଆଯାଇ ଥାଏ। ଏବର୍ଷ ଏହା ଗୋଟିଏ ଘଣ୍ଟା ପାଇଁ ହେବ। ଏହାରି ଭିତରେ ବ୍ରୋକର ନିବେଶ କରିବାକୁ ଶୁଭ ବେଳା ମନେ କରନ୍ତି।
ଏହି ସମୟରେ କିଛି ଲୋକ ସେୟାର କିଣି ଥାନ୍ତି। କିଛି ଲୋକ ସେୟାର ବିକି ଭଲ ରୋଜଗାର କରନ୍ତି। ଆଜି କିଣାଯାଇଥିବା ସେୟାରକୁ କିଛି ଲୋକ ବର୍ଷ ସାରା ସ୍ମତି ମନେ କରନ୍ତି। ଯଦି ଆପଣ ସେୟାର ବଜାରରେ ପ୍ରବେଶ କରିବାକୁ ଚାହାନ୍ତି, ତେବେ, ସୁଯୋଗ ହାତ ଛଡ଼ା ନକରନ୍ତୁ।
ସେୟାର କିଣିବା ପୂର୍ବରୁ ପ୍ରଥମେ ସେୟାର ବଜାର ବିଷୟରେ ଭଲ ଭାବରେ ଜାଣିବା ଦରକାର। ବିଶେଷଜ୍ଞ ପରାମର୍ଶ ଦେଲେ ଏହି ବ୍ୟବସାୟରେ ପାଦ ଥାପିବା ଦରକାର। ଗ୍ରାହକ ଆରମ୍ଭରୁ କମ୍ ପରିମାଣରେ ନିବେଶ କରିପାରନ୍ତି। ଏଥିରୁ ଯେମିତି ଲାଭ ମିଳୁଥିବା, ସେମିତି ଟଙ୍କା ନିବେଶକୁ ବଢ଼ାଇବା ଦରକାର।