‘ଶ୍ରୀଦୁର୍ଗା’ ଖୋଲିଲା ନୂଆ ଷ୍ଟୋର୍‌

ଭୁବନେଶ୍ବର: ଶାଢ଼ି ଓ ଗାର୍ମେଣ୍ଟ୍‌ସ୍‌ ଫ୍ୟାମିଲି ଷ୍ଟୋର ‘ଶ୍ରୀଦୁର୍ଗା’ର ତୃତୀୟ ନମ୍ବର ଷ୍ଟୋର ଆଜି ପାତ୍ରପଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁରରୁ ଆରମ୍ଭ ହୋଇଥିବା ଏହି ଷ୍ଟୋରର ଅନ୍ୟ ଏକ ଶାଖା ପ୍ରଥମେ ରାଜଧାନୀର ରାଜମହଲ ଛକଠାରେ ଖୋଲିଥିଲା। ଆଜି ଉଦ୍‌ଘାଟିତ ୫ ମହଲା ବିଶିଷ୍ଟଏହି ଷ୍ଟୋରରେ ମହିଳାଙ୍କ ପାଇଁ ବିଭିନ୍ନ ଡିଜାଇନର୍‌ ଶାଢ଼ି ସମେତ ଲେହେଙ୍ଗା, ପାରମ୍ପରିକ ପୋଷାକ ଓ ଫ୍ୟୁଜନ ପୋଷାକ ସହ ପୁରୁଷ ଓ ଛୋଟପିଲାଙ୍କ ପୋଷାକ ପାରିପାଟୀ ଏଥିରେ ଉପଲବ୍ଧ ହେଉଛି। ଏହା ସହ ହୋମ୍‌ ଫର୍ନିସିଂ ଓ ଘର ସାଜସଜ୍ଜା ସାମଗ୍ରୀ ବି ଏଠାରେ ଉପଲବ୍ଧ। ପୁରୁଷଙ୍କ ପାରମ୍ପରିକ ପୋଷାକ ପାଇଁ ଷ୍ଟୋରରେ ‘ସଂସ୍କୃତି’ ନାମକ ଏକ ସ୍ବତନ୍ତ୍ର ବିଭାଗ ଖୋଲିଛି। ଆଜି ଷ୍ଟୋରର ଉଦ୍‌ଘାଟନ ଅବସରରେ ଷ୍ଟୋରର ଏମ୍‌ଡି କେ ନିର୍ମଳ କୁମାର, ନିର୍ଦ୍ଦେଶକ କେ ରବି କୁମାର ଓ ଅନ୍ୟ ପରିବାରର ସଦସ୍ୟ କେ ଚନ୍ଦନ କୁମାର, କେ ତିରୁମଲ କୁମାର ଓ କେ ଦର୍ଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର