ଭୁବନେଶ୍ବର: ଓଡ଼ିଶା ସରକାର ନିବେଶକମାନଙ୍କ ସୁବିଧା ଲାଗି ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ସେହି ଢାଞ୍ଚାରେ କେନ୍ଦ୍ର ସରକାର ମଧ୍ୟ ଏକ ବ୍ୟବସ୍ଥା ବିକଶିତ କରିବା ଉପରେ ବିଚାର କରୁଛନ୍ତି। ଏ ସମ୍ପର୍କରେ ଅଧିକ ଆଲୋଚନା ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟର ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଡାକିଥିବା ଜଣାପଡ଼ିଛି। ଚଳିତ ମାସ ୩୦ ତାରିଖରେ ଏନେଇ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ମେକ୍ ଇନ୍ ଇଣ୍ଡିଆ ସଂକ୍ରାନ୍ତରେ ରାଜ୍ୟମାନଙ୍କ ବୈଠକ ବସିବ। ଓଡ଼ିଶା ସମେତ ଆନ୍ଧ୍ର, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତର ପ୍ରଦେଶ ନିଜ ନିଜ ରାଜ୍ୟରେ ଥିବା ପୁଞ୍ଜିନିବେଶର ସମ୍ଭାବନା ବିଷୟରେ ତଥ୍ୟ ଉପସ୍ଥାପନ କରିବେ। ଉତ୍ପାଦନ, କ୍ଲଷ୍ଟର ବ୍ୟବସ୍ଥା, ଯୋଜନା ପ୍ରସ୍ତୁତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ବୋଲି ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାର ବିଭାଗର ସଚିବ ଗୁରୁ ପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ରାଜ୍ୟଗୁଡ଼ିକର ସକାରାତ୍ମକ ପଦକ୍ଷେପ ଦ୍ବାରା ଭାରତକୁ ନିବେଶ ଲାଗି ବିଶ୍ବର ଅନ୍ୟତମ ଆକର୍ଷଣୀୟ ସ୍ଥାନରେ ପରିଣତ କରାଯାଇପାରିବ। ଶିଳ୍ପାୟନ ବ୍ୟତୀତ ସହଜ ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବା ଲାଗି ରାଜ୍ୟଗୁଡ଼ିକ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହି ବୈଠକରେ ଓଡ଼ିଶାର ଷ୍ଟାର୍ଟ-ଅପ୍ ନୀତି ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିିଛି। ଏହି ନୀତି ଜାତୀୟ ସ୍ତରରେ ଅନେକ ଦିନରୁ ଚର୍ଚ୍ଚାରେ ରହିଛି।
ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଅନୁକରଣ କରିପାରେ କେନ୍ଦ୍ର
/sambad/media/post_attachments/wp-content/uploads/2019/09/piyush.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)