ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରାଯିବ : ସୀତାରମଣ

ନୂଆଦିଲ୍ଲୀ : ଅର୍ଥନୀତିରେ ସୁଧାର ଆଣିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହନିର୍ମାଣ କ୍ଷେତ୍ରରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ଗୃହନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକୁ ସୁଗମ କରିବା ଓ ଚାହିଦା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏସବୁ ପଦକ୍ଷେପ ଘୋଷଣା କରାଯାଇଛି । ୨ୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧.୯୫ କୋଟି ଗୃହ ଯୋଗାଇ ଦିଆଯିବ । ଏସବୁ ଗୃହ ଏଲପିଜି ସଂଯୋଗ, ଶୌଚାଳୟ, ବିଦ୍ୟୁତ ସଂଯୋଗ ସହ ଯୋଗାଇଦିଆଯିବ ।

ସୁଲଭ ଗୃହନିର୍ମାଣ କ୍ଷେତ୍ର ଓ ମଧ୍ୟମ ଆୟକାରୀଙ୍କ ଗୃହନିର୍ମାଣ କ୍ଷେତ୍ରରେ ଋଣ ସୁବିଧା ଯୋଗାଇବାକୁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି । ଗୃହନିର୍ମାଣ ପାଇଁ ନିଆଯାଉଥିବା ଅଗ୍ରୀମ ଋଣ ଉପରେ ଲାଗୁ ସୁଧହାରକୁ ହ୍ରାସ କରାଇଛି । ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ କ୍ରୟ ଲାଗି ନିଆଯାଉଥିବା ଋଣ ନିମନ୍ତେ ଦିଆଯାଉଥିବା ସୁଧ ଉପରେ ଅତିରିକ୍ତ ରିହାତି ଘୋଷଣା କରାଯାଇଛି । ହାଉସିଂ ଫାଇନାନ୍ସ କମ୍ପାନି ମାନଙ୍କ ଲାଗି ଜାତୀୟ ଗୃହନିର୍ମାଣ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ୨୦ ହଜାର କୋଟିର ପାଣ୍ଠି ସହାୟତା ପ୍ରଦାନ କରାଯିବ । ଏହାସହିତ ଏହି କ୍ଷେତ୍ର ପାଇଁ ମୋଟ ନଗଦ ପାଣ୍ଠି ଯୋଗାଣ ପରିମାଣ ୩୦ ହଜାର କୋଟିକୁ ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର